ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷିତ

ନୂଆ ଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଦଳରେ ଏକମାତ୍ର ଓଡ଼ିଆ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ବୀରେନ୍ଦ୍ର ଲାକ୍ରା ଓ ଦୀପସାନ ତିର୍କିଙ୍କୁ ସ୍ଥାନ ମିଳିନାହିଁ। ସୁଲତାନ ଆଜଲାନ ଶାହ ହକିରେ ଦଳର ନେତୃତ୍ୱ ନେଇଥିବା ସର୍ଦ୍ଦାର ସିଂହ ଓ ଷ୍ଟ୍ରାଇକର ରମଣଦୀପଙ୍କୁ ଦଳରୁ ବାଦ୍ ଦିଆଯାଇଛି। ମିଡ୍ ଫିଲଡର ମନପ୍ରୀତ ସିଂହ ଅଧିନାୟକ ଦାୟିତ୍ୱ ତୁଲାଇବେ। ତାଙ୍କ ଡେପୁଟି ରହିବେ କେ. ଚିଙ୍ଗଲେନସେନା ସିଂହ।

ସେହିପରି କିଛି ଦିନର ବ୍ୟବଧାନ ପରେ ଅଭିଜ୍ଞ ଖେଳାଳି ପି. ଆର. ଶ୍ରୀଜେଶ ଓ ଏସ .ଭି ସୁନୀଲ ଦଳକୁ ଫେରିଛନ୍ତି। ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଏପ୍ରିଲ ୪ରୁ ଆରମ୍ଭ ହେବ ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା। ୭ରୁ ଆରମ୍ଭ ହେବ ହକି ପ୍ରତିଯୋଗିତା। ଏଥର ଭାରତ ପାକିସ୍ତାନ, ମାଲେସିଆ, ୱେଲ୍ସ ଓ ଇଂଲଣ୍ଡ ସହ ବି ଗ୍ରୁପ୍‌ରେ ଅଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଗତ ଦୁଇଟି ସଂସ୍କରଣରେ ରୌପ୍ୟ ପଦକ ଜିତିଛି ଭାରତ।

ଦେଖନ୍ତୁ ଏହି ଭିଡ଼ିଓ-

Comments
Loading...