କଂଗ୍ରେସର ଅଭିନବ ପ୍ରତିବାଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏପ୍ରିଲ ୨ ଭାରତ ବନ୍ଦ ସମୟରେ ଦେଶର ବିଭିନ୍ନ ସହରରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦେଶ ବ୍ୟାପୀ ଉପବାସ ପାଳନ କରାଯାଉଛିା

ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ଉଦ୍ଦେଶ୍ୟରେ କଂଗ୍ରେସ ତରଫରୁ ଆଜି ସକାଳୁ ଏଭଳି ଅଭିନବ ପ୍ରତିବାଦ କରାଯାଉଛିା ଭୁବନେଶ୍ୱରରେ ମଧ୍ୟ କଂଗ୍ରେସ ତରଫରୁ ରାଜ୍ୟସ୍ତରୀୟ ଉପବାସ ପାଳନ କରାଯାଉଛିା

SC/ST ଅତ୍ୟାଚାର ନିରୋଧ ଆଇନରେ ସଂଶୋଧନକୁ ନେଇ ଗତ ଏପ୍ରିଲ ୨ ତାରିଖରେ ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା।  ଆନ୍ଦୋଳନ ସମୟରେ  ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ପଞ୍ଜାବ ଓ ହରିଆଣା ଭଳି ରାଜ୍ୟରେ ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଥିଲା।

ମଧ୍ୟପ୍ରଦେଶ ଗ୍ୱାଲିୟରରେ କିଛି ଲୋକ ଗୁଳିମାଡ଼ କରିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।  ସେହିପରି ରାଜସ୍ଥାନର ଆଲଓ୍ୱରରେ ମଧ୍ୟ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା।

Comments
Loading...