କଂଗ୍ରେସ ଜିଲ୍ଲା ସଭାପତି ବୈଠକ ଆରମ୍ଭ

ଭୁବନେଶ୍ୱର : ୨୦୧୯ ପାଇଁ କଂଗ୍ରେସର ରୋଡ୍ ମ୍ୟାପ୍ ପ୍ରସ୍ତୁତି। ଏହି ଲକ୍ଷ୍ୟ ନେଇ ଆଜି ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବୈଠକ। ଦୁଇ ଦିନ ଧରି ଚାଲିବ ଏହି ବୈଠକ। ଆଜିର ବୈଠକରେ ରାଜ୍ୟର ୩୩ଟି ସାଂଗଠାନିକ ଜିଲ୍ଲା ମଧ୍ୟରୁ ୧୧ଟି ଜିଲ୍ଲାର ନବ ନିର୍ବାଚିତ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନେ ଯୋଗ ଦେଇଛନ୍ତି।

ଗତ ୯ ତାରିଖରେ ଏଆଇସିସି ପକ୍ଷରୁ ୩୩ଟି ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ଏହା ହେଉଛି ଦଳର ପ୍ରଥମ ବୈଠକ। ବୈଠକରେ ଜିଲ୍ଲା କମିଟିର ଅନ୍ୟ କର୍ମକର୍ତ୍ତା ଚୟନ ସମ୍ପର୍କରେ ବି ବିସ୍ତୃତ ଭାବେ ଆଲୋଚନା ହେବ। ସବୁ ଜିଲ୍ଲାରେ ଦଳୀୟ ସଂଗଠନକୁ କିଭଳି ତୃଣମୂଳ ସ୍ତରରୁ ସୁଦୃଢ କରାଯାଇ ପାରିବ, ସେନେଇ ମଧ୍ୟ ପିସିସି ସଭାପତି ଜିଲ୍ଲା ମୁଖିଆଙ୍କୁ ଗୁରୁମନ୍ତ୍ର ଦେବେ।

ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ତେବେ ଜିଲ୍ଲା ସଂଗଠନର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ପରେ ଯେଉଁ ଅଞ୍ଚଳରେ ବାଦବିବାଦ ଦେଖାଦେଇଛି, ବୈଠକରେ ସେହି ଦ୍ୱନ୍ଦ୍ୱ ଦୂର ପାଇଁ ମଧ୍ୟ ଉଦ୍ୟମ ହେବ ବୋଲି ଚର୍ଚ୍ଚା ହେଉଛି।

ବିଶେଷକରି କୋରାପୁଟ ଜିଲ୍ଲାର ଦୁଇ ବିଧାୟକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କନ୍ଦଳନର ସମାଧାନ ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି।

 

 

Comments
Loading...