ଅଢେଇ ବର୍ଷରେ ସରିବ କୋଷ୍ଟାଲ ହାଇୱେ ନିର୍ମାଣ : NHAI

ଭୁବନେଶ୍ୱର : ଓଡ଼ିଶା କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗରେ ସଚିବାଳୟ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଆଲୋଚନା ହୋଇଛି।  ଆସନ୍ତା ଅଢେଇ ବର୍ଷ ମଧ୍ୟରେ ସରିବ କୋଷ୍ଟାଲ ହାଇୱେ। ଏ ନେଇ ଖୁବଶୀଘ୍ର ପ୍ରସ୍ତୁତ ହେବ DPR।

ଚଳିତ ଆର୍ଥିକ ବର୍ଷରୁ କାମ ଆରମ୍ଭ ହେବ। ୬ରୁ ୯ ମାସ ମଧ୍ୟରେ ଜମି ଅଧିଗ୍ରହଣ ଶେଷ ହେବ। ଏଥିରେ ଗୋପାଳପୁରଠାରୁ ଦିଘା ପର୍ଯ୍ୟନ୍ତ ପ୍ରାୟ ୪୫୦ କିଲୋମିଟର ଲମ୍ବର କୋଷ୍ଟାଲ ହାଇୱେ ନିର୍ମାଣ ହେବ।  ଏଥିରେ କୋଣାର୍କରୁ ଅସ୍ତରଙ୍ଗ, ଅସ୍ତରଙ୍ଗରୁ ପାରାଦୀପ ଭଳି ବିଭିନ୍ନ STRETCHରେ ରାସ୍ତା ନିର୍ମାଣ ହେବ। ଅଢେଇ ବର୍ଷ ଭିତରେ ସମସ୍ତ ବ୍ରିଜ୍ ନିର୍ମାଣ ସରିବ। କେନ୍ଦ୍ର ସରକାରଙ୍କ ଭାରତମାଳା ଯୋଜନାରେ ଏହି ଯୋଜନାକୁ ସାମିଲ କରାଯାଇଛି।

ଜାତୀୟ ରାଜପଥ ନିର୍ମାଣରେ ଥିବା ସମସ୍ୟା ନେଇ NHAI କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟ ଶାସନ ସଚିବ ବୈଠକରେ ପୂର୍ତ୍ତ ସଚିବ, ପୁରୀ, ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ।

Comments
Loading...