ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ, ୫୦ରୁ ଅଧିକ ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍‌

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଟିଟୋର ପତ୍ନୀ ଏବଂ ୧୮ ସହଯୋଗୀଙ୍କ ନାଁରେ ଥିବା ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍‌ କରାଯାଇଛି ।

ତା’ସହ ବାଲିଘାଟ, ମୋରମ ବ୍ୟବସାୟ ସଂପର୍କରେ ତଥ୍ୟ ଦେବାକୁ ୭ ଜଣ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ରାଇମବ୍ରାଞ୍ଚ୍ ଟିଟୋର ଜମିଜମା ସମ୍ପତ୍ତି ନେଇ ତଥ୍ୟ ମାଗିଛି। ୧୧୦ କୋଟିର ମଦର୍ ଚାଇଲ୍ଡ କେୟାର ପ୍ରୋଜେକ୍ଟର ତଥ୍ୟ ବି ମଗାଯାଇଛି। ସେହିପରି କୋଲକାତାରେ ଥିବା ଟିଟୋର ୧ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଡିଲ୍‌ ବି କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି। ବ୍ୟାବସାୟିକ ସାମ୍ରାଜ୍ୟରେ ଟିଟୋର କଳାଧନର ଗନ୍ଧ ବାରିବା ପରେ ଏବେ ଓଲିଉଡ୍ ଲିଙ୍କର ନୂଆ ସୁରାକ୍ ହାତେଇଛି କ୍ରାଇମବ୍ରାଞ୍ଚ। ନିର୍ମାଣାଧୀନ ଓଡ଼ିଆ ଫିଲ୍ମ ବିଶ୍ୱନାଥରେ ଟିଟୋର ଟଙ୍କା ଲାଗିଥିବା କ୍ରାଇମବ୍ରାଞ୍ଚର STF ସନ୍ଦେହ କରୁଛି। ଏହି ଦିଗକୁ ଧରି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି ।

 

Comments
Loading...