ମର୍ମନ୍ତୁଦ ବସ୍ ଦୁର୍ଘଟଣା

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍‌ ଓଲଟି ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।

ମେନପୁରିର ଦାନହରା ଅଞ୍ଚଳରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବସ୍‌ଟିର ବେଗ ଏତେ ଜୋରରେ ଥିଲା ଯେ, ଏହା ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବସ୍‌ରେ ଆବଶ୍ୟକତାରୁ ଅଧିକ ଅର୍ଥାତ୍ ପ୍ରାୟ ୮୦ରୁ ୯୦ ଯାତ୍ରୀ ଥିବା କୁହାଯାଉଛି। ଦୁର୍ଘଟଣାରେ ମୃତାହତଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମବେଦନା ଜଣାଇଛନ୍ତି।

Comments
Loading...