ଆସନ୍ତାକାଲି ସକାଳ ୯ଟାରେ ଶପଥ ନେବେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ବିଧାୟକ ଦଳ ନେତା ବି.ଏସ୍ ୟେଦ୍ୟୁରପ୍ପା। ଶପଥ ଗ୍ରହଣ ପାଇଁ ୟେଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ଭାଲ୍ଲା ଚିଠି ଲେଖି ଆମନ୍ତ୍ରଣ କରିଛନ୍ତି। ଆସନ୍ତାକାଲି ସକାଳ ୯ଟାରେ ରାଜଭବନରେ ୟେଦ୍ୟୁରପ୍ପା ଶପଥ ଗ୍ରହଣ କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ବି.ଏସ୍ ୟେଦ୍ୟୁରପ୍ପା ହେଉଛନ୍ତି ଏନଡିଏର ୨୩ ତମ ମୁଖ୍ୟମନ୍ତ୍ରୀ। ୟେଦ୍ୟୁରପ୍ପାଙ୍କ ଶାସନ ସହ ସୁବର୍ଣ୍ଣ କର୍ଣ୍ଣାଟକ ଗଠନ ଅଭିଯାନ ଆରମ୍ଭ ହେବ ବୋଲି ବିଜେପି କର୍ଣ୍ଣାଟକ ପକ୍ଷରୁ ଟ୍ୱିଟ୍ ଯୋଗେ କୁହାଯାଇଛି ।

Comments
Loading...