ଦୁଲ୍‌ହାକୁ ଆଣିବା ପାଇଁ ବିବାହ ଦିନ ଏମିତି ପହଞ୍ଚିଥିଲେ ଦୁଲ୍‌ହନ୍‌

ପୁଅ ବରଯାତ୍ରୀ ନେଇ କନ୍ୟା ଘରକୁ ଯିବା କଥା ସାଧାରଣ ହୋଇଗଲାଣି। କାହିଁକି ନା ଆଜିକାଲି ଝିଅମାନେ ବି ବରଯାତ୍ରୀ ନେଇ ପୁଅ ଘରକୁ ଯାଉଥିବା ଘଟଣା ଦେଖିବାକୁ ମିଳୁଛି। ସାଧାରଣତଃ ପୁଅ ହେଉ କି ଝିଅ ଘୋଡ଼ା କି କାର୍‌ରେ ବସି ବରଯାତ୍ରୀ ନେଇ ଯାଇଥାନ୍ତି। ମାତ୍ର ଜଣେ ବସ୍‌ ନେଇ ବରକୁ ଆଣିବା ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏମିତି କିଛି ତାଜୁବ୍‌ ଘଟଣା ଦେଖିବାକୁ ମିଳିଛି।

ପଢ଼ନ୍ତୁ ପୂରା ଘଟଣା କ’ଣ…

ବିବାହ ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ପ୍ଲାନିଂ କରିଥାନ୍ତି। କାହିଁକି ନା ସମସ୍ତେ ଚାହାନ୍ତି କି ତାଙ୍କର ବିବାହକୁ ସବୁଦିନ ପାଇଁ ସ୍ମରଣୀୟ କରିବା ପାଇଁ। ଏମିତି କିଛି ମନରେ ଭାବିଥିଲେ ଚୀନର ଜଣେ ଦୁଲ୍‌ହନ୍‌। ଯେଉଁଠି ସେ ତାଙ୍କର ବିବାହକୁ ସ୍ମରଣୀୟ କରିବାକୁ ଯାଇ ବିବାହ ଦିନ ଏକ ସୁସଜ୍ଜିତ ବସ୍‌ ନେଇ ତାଙ୍କ ଦୁଲ୍‌ହାକୁ ଆଣିବାକୁ ପହଞ୍ଚି ଯାଇଥିଲେ। ସେ ନିଜେ ବସ୍‌ ଚଲାଇ ଦୁଲ୍‌ହାକୁ ନେଇ ୱେଡିଂ ହଲ୍‌ ନିକଟରେ ପହଞ୍ଚିଥିଲେ।

ପିପୁଲ୍ସ ଡେଲି, ଚାଇନା ଦ୍ୱାରା ଏକ ଭିଡ଼ଓ ପୋଷ୍ଟ କରାଯାଇଛି। ଯେଉଁଥିରେ ଅତି ସୁନ୍ଦର ଭାବେ ନିଜକୁ ସଜାଇଥିବା ଦୁଲ୍‌ହନ୍‌ ବାଟରେ ଅଟକି ଦୁଲ୍‌ହାକୁ ନିଜ ସାଙ୍ଗରେ ନେଇ ୱେଡିଙ୍ଗ ଭେନ୍ୟୁ ନିକଟରେ ପହଞ୍ଚିଥିଲେ। ଦୁଲ୍‌ହା ଆଉ ଦୁଲ୍‌ହନ୍‌ ଉଭୟ ବିବାହ ପୋଷାକ ପିନ୍ଧିଥିଲେ। ବସ୍‌ଟି ମଧ୍ୟ ଅତି ସୁନ୍ଦର ଭାବେ ସଜାଯିବା ସହ ବସ୍‌ରେ ସେମାନଙ୍କ ଫଟୋ ମଧ୍ୟ ଲାଗିଥିଲା। ଦୁଲ୍‌ହନ୍‌ର କହିବା କଥା କି-‘ସମସ୍ତଙ୍କୁ ବିନା ପ୍ରଦୂଷଣରେ ରହିବା ପସନ୍ଦ। ସେଥିପାଇଁ ଆମେ କାର୍‌ ବଦଳରେ ଲୋ କାର୍ବନ ବସ୍‌ରେ ଆସିବା ପାଇଁ ଚିନ୍ତା କଲୁ’। ସେମାନେ ଭେନ୍ୟୁ ନିକଟରେ ପହଞ୍ଚିବା ପରେ ଆଗରୁ ଅପେକ୍ଷା କରିଥିବା ଗେଷ୍ଟମାନେ ସେମାନଙ୍କୁ ସ୍ୱାଗତ କରିଥିଲେ।

ଦେଖନ୍ତୁ ଭିଡ଼ିଓ (ସୌଜନ୍ୟ: ପିପୁଲ୍ସ ଡେଲି, ଚାଇନା)…..

Comments
Loading...