ପୂର୍ବରୁ ମଧ୍ୟ ପରୀକ୍ଷା ବାତିଲ୍‌ ହୋଇଥିଲା

ଭୁବନେଶ୍ୱର: ଭାରତ ବନ୍ଦ ପାଇଁ ଆଜି ରାଜ୍ୟରେ ହେବାକୁ ଥିବା BPUTର ସମସ୍ତ ପରୀକ୍ଷାକୁ ବାତିଲ୍ କରାଯାଇଛି।  BPUT ଅଧିନରେ ଥିବା ୮୮ଟି ସେଣ୍ଟରରେ ପରୀକ୍ଷା ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ବିଭିନ୍ନ ବର୍ଗର ୫୫ଟି ବିଷୟରେ ପରୀକ୍ଷା ହୋଇଥାନ୍ତା। ଆସନ୍ତା ୧୨ରୁ ୨୦ ମଧ୍ୟରେ ପୁନଃ ପରୀକ୍ଷା ପାଇଁ BPUT ଭିସି ନିର୍ଦ୍ଦେଶ ଦେଇଛନ୍ତି।  ପୂର୍ବରୁ ଏପ୍ରିଲ ୨ରେ ମଧ୍ୟ ଭାରତ ବନ୍ଦ ପାଇଁ ପରୀକ୍ଷା ବାତିଲ ହୋଇଥିଲା।

Comments
Loading...