ଓଡ଼ିଆରେ ‘ଦେବଦାସ୍’ : ଚନ୍ଦ୍ରମୁଖୀ ହେବେ ଅନୁ ଚୌଧୁରୀ

ଆପଣ ଜାଣି ଖୁସି ହେବେ ଯେ ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ଦେବଦାସ୍‌’ ଓଲିଉଡରେ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ନାଁ ରହିଛି ‘ନାୟକର ନା ଦେବଦାସ’। ଯେଉଁଥିରେ ଚନ୍ଦ୍ରମୁଖୀ ସାଜିଛନ୍ତି ଓଲିଉଡ୍‌ ଡିଭା ଅନୁ ଚୌଧୁରୀ। ଏଥିସହ ଫିଲ୍ମରେ ବବି ମିଶ୍ର , ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଓ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ ଏବଂ ନିର୍ମଳ ନାୟକ।

ଉଲ୍ଲେଖନୀୟ ଯେ , ସଂଜୟ ଲୀଲା ଭନସାଲୀଙ୍କ ସୁପରହିଟ୍ ଫିଲ୍ମ ‘ଦେବଦାସ’।୨୦୦୨ରେ ରିଲିଜ୍ ହୋଇଥିବା ଏହି ସିନେମାରେ ଶାହାରୁଖ୍ ଖାନ୍, ମାଧୁରୀ ଦିକ୍ଷୀତ୍ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଭିନୟ କରିଥିଲେ । ସିନେମାର ପ୍ରତିଟି ଚିତ୍ର, ଚରିତ୍ର ଏବଂ ଡାଇଲଗ୍ ଆଜି ବି ସ୍ମରଣୀୟ ।

ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାରଙ୍କ ପରେ ଶାହାରୁଖଙ୍କ ହିଁ ବଡ ପରଦାର ସେହି ଦେବଦାସ୍ ବନି ଯାଇଥିଲେ, ଯିଏ ଦର୍ଶକଙ୍କ ମନ ଆଉ ମୁଣ୍ଡରେ ଛାଇ ଯାଇଥିଲେ । ସିନେମାରେ ଶାହାରୁଖଙ୍କ ସହ ଐଶ୍ୱର୍ଯ୍ୟାଙ୍କ କେମେଷ୍ଟ୍ରି ଏବଂ ମାଧୁରୀଙ୍କ ଏକ ତରଫା ପ୍ରେମର ଭିନ୍ନ ଏକ ରଙ୍ଗ ପରଦା ଉପରେ ଦେଖାଇଥିଲେ ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀ । ଫିଲ୍ମଟି ସେ ସମୟର ଶ୍ରେଷ୍ଠ ଫିଲ୍ମ ଥିଲା। ବେଷ୍ଟ ଫିଲ୍ମ ଭାବେ ଅନେକ ପୁରସ୍କାର ହାତେଇଥିଲା ‘ଦେବଦାସ୍‌’। ଆଜି ବି ଲୋକଙ୍କ ମନରେ ଅଭୁଲା ପ୍ରତିଛବି ହୋଇ ରହିଛି ଫିଲ୍ମ ‘ଦେବଦାସ’।

Comments
Loading...