ମହାନଦୀ ତାତି: ବଜେଟ୍‌ ଅଧିବେଶନ ଆରମ୍ଭରୁ ଗୃହ ଅଚଳ

ଭୁବନେଶ୍ୱର: ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଅଚଳ ହୋଇଗଲା। ଏଥର ବିରୋଧୀ ନୁହଁନ୍ତି ବରଂ ଶାସକ ଦଳର ସଭ୍ୟଙ୍କ ନାରାବାଜି ଯୋଗୁଁ ଗୃହ ଅଚଳ ହୋଇଛି। ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ମହାଦନୀ ପ୍ରସଙ୍ଗରେ ଶାସକ ଦଳର ସଦସ୍ୟମାନେ ନିଜ ନିଜ ଆସନରେ ଛିଡ଼ା ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଉତ୍ତର ରଖୁଥିଲେ ମଧ୍ୟ ହୋ ହାଲ୍ଲା ଯୋଗୁଁ ତାହା ସମ୍ଭବ ହୋଇ ପାରିନଥିଲା। ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି।

ସେପଟେ ଗୃହ ମୁଲତବି ହେବା ପରେ ଶାସକ ଦଳ ସଦସ୍ୟମାନେ ବିଧାନସଭା ପରିସରସ୍ଥିତ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ମହାନଦୀରେ ପାଣି ନାହିଁ ଏବଂ କେନ୍ଦ୍ର ଓ ଛତିଶଗଡ଼ ଚକ୍ରାନ୍ତରେ ଓଡ଼ିଶାବାସୀଙ୍କୁ ବିଶ୍ୱାସଘାତକତା କରାଯାଇଥିବା ସେମାନେ ସ୍ଲୋଗାନ ଦେଇଥିଲେ।

Comments
Loading...