ମହାନଦୀ ପ୍ରସଙ୍ଗରେ ଜନସଚେତନତା ସୃଷ୍ଟି କରିବା ପାଇଁ ବିଜେଡିର ମହାସମ୍ମିଳନୀ ଆହ୍ୱାନ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରରେ ମହାସମ୍ମିଳନୀର ଆହ୍ୱାନ ଦେଇଛି ବିଜେଡି। ଏହା ପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଏକ ପ୍ରସ୍ତୁତି ବୈଠକ। ଏହି ବୈଠକରେ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଉଷାଦେବୀ, ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ ପ୍ରମୁଖ ନେତା ଓ ଜଳସେଚନ ବିଭାଗର ପୂର୍ବତନ ଯନ୍ତ୍ରୀ ଉପସ୍ଥିତ ଥିଲେ। ମହାସମ୍ମିଳନୀର ରୂପରେଖ କିଭଳି ହେବ ସେନେଇ ଆଜିର ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି।

Comments
Loading...