ନାଗା ବାବାଙ୍କୁ ଘୋଷାରି ନିସ୍ତୁକ ମାଡ଼ ମାରିଲେ କିନ୍ନର

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ କିନ୍ନରଙ୍କ ନୃଶଂସ ଆଚରଣ। ଆଶ୍ରମ କରି ରହୁଥିବା ଜଣେ ନାଗା ବାବାଙ୍କୁ ଘୋଷାରି ଘୋଷାରି ନିସ୍ତୁକ ମାଡ଼ ମାରିଛନ୍ତି କିନ୍ନର। ସଂଘବଦ୍ଧ ହୋଇ ବାବାଙ୍କୁ ପିଟି ଥିଲେ ୧୦ରୁ ଅଧିକ କିନ୍ନର।

ମିଳିଥିବା ସୂଚନା ଅନୁସାରେ ରାତିରେ ଖଣ୍ଡଗିରି ଅ଼ଞ୍ଚଳରେ ଆଡ୍ଡା ଜମାଉଥିବା କିନ୍ନରଙ୍କୁ ପୋଲିସ ଘଉଡ଼ାଇ ଥିଲା। ଏହି ସମୟରେ କିଛି କିନ୍ନର ସଂପୃକ୍ତ ବାବାଙ୍କ ଆଶ୍ରମ ଭିତରେ ପଶି ଯାଇଥିଲେ। ତେବେ ବାବା ସେମାନଙ୍କୁ ଆଶ୍ରମ ଭିତରେ ନପଶିବାକୁ ବାରଣ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଥମେ ଗାଳିଗୁଲଜ କରି କିନ୍ନର ମାନେ ଚାଲିଯାଇଥିଲେ।

ହେଲେ ପରେ ସଂଘବଦ୍ଧ ହୋଇ ଆଶ୍ରମ ଭିତରେ ପଶି ବାବାଙ୍କୁ ଟାଣି ଘୋଷାରି ନିସ୍ତୁକ ମାଡ଼ ମାରିଥିଲେ। ପରେ ଘଟଣା ସମ୍ପର୍କରେ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ବାବା।

Comments
Loading...