ଅରବିନ୍ଦ କେଜରିୱାଲଙ୍କୁ ଆଉ ଏକ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣି ଏକ ଝଟକା। ବର୍ତ୍ତମାନ କେଜରିୱାଲଙ୍କୁ ଝଟକା ଲାଗିଛି  ପରାମର୍ଶଦାତାଙ୍କ ଇସ୍ତଫାକୁ ନେଇ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭିକେ ଜୈନ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି। ବ୍ୟକ୍ତିଗତ କାରଣ ଯୋଗୁ ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି।

ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଜୈନଙ୍କୁ ପଚରାଉଚୁରା କରିବାର କିଛିଦିନ ପରେ ସେ ଏହି ଇସ୍ତଫା ଦେଇଛନ୍ତି।

ସୂଚନା ଅନୁସାରେ, ସେ ତାଙ୍କର ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ସହ ଏହାର ଏକ କପିକୁ ଉପ-ରାଜ୍ୟପାଳଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି।

ଗତବର୍ଷ ସେପ୍ଟେମ୍ବରରେ ସେ ଅରବିନ୍ଦ କେଜରିୱାଲଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିଲେ। ଏହାପୂର୍ବରୁ ସେ Delhi Urban Shelter Improvement Board (DUSIB) ସିଇଓ ଥିଲେ।

Comments
Loading...