ପଥର ତଳୁ ମିଳିଲା ଆଉ ଏକ ମୃତଦେହ

କୋରାପୁଟ  : କୋରାପୁଟ ଜିଲ୍ଲା ବୋରିପୁଟ ପଥର ଧସିବା ଘଟଣାରେ ମିଳିଲା ଆଉ ଜଣଙ୍କ ମୃତଦେହ। ମୃତଦେହଟି ଆଠଗଡ଼ର ଜେସିବି ଅପରେଟର ସଞ୍ଜୟ ଦାସଙ୍କର। ପଥର ତଳୁ ଆଜି ତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ୍। ଆଜି ଦିନ ତମାମ ପଥର ବ୍ଲାଷ୍ଟିଂ କରି ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ ଅଛନ୍ତି କୋରାପୁଟ ଜିଲ୍ଲାପାଳ, ଏସ୍‌ପି ଏବଂ ସିଡିଏମ୍ଓ । ଗତକାଲି ଜେସିବି ଅପରେଟର ଦେବଗଡ଼ର ଘନଶ୍ୟାମ ଗୁରୁଙ୍କ ମୃତଦେହକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଗତ ୧୫ ଦିନ ଧରି ପାହାଡ଼ ଧସି ବିରାଟକାୟ ପଥରଖଣ୍ଡ ଗୁଡ଼ିକରେ ଚାପି ହୋଇରହିଯାଇଥିଲେ ସଞ୍ଜୟ ଦାସ ଏବଂ ଘନଶ୍ୟାମ ଗୁରୁ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଅଗ୍ନିଶମ, ଓଡ଼୍ରାଫ୍, ଏନଡିଆର୍‌ଏଫ୍‌ ଏବଂ ସେନା।

୨ ସପ୍ତାହ ଧରି ଜାରି ରହିଥିଲା ଅପରେସନ। ତେବେ ଆଜି ଦ୍ୱିତୀୟ ଜେସିବି ଅପରେଟରଙ୍କ ମୃତଦେହ ମିଳିବା ପରେ ରେସକ୍ୟୁ ଅପରେସନକୁ ବନ୍ଦ କରି ଦିଆଯାଇଛି।

Comments
Loading...