ପୁଣି ବ୍ୟାଙ୍କ ଡକାୟତି

ଅନୁଗୁଳ: ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି । ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳାରେ। ଏଠାରେ ଥିବା ଏସ୍‌ବିଆଇ ଶାଖାରୁ ଚୋରି ହୋଇଛି। ତେବେ କେତେ ଟଙ୍କା ଚୋରି ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇଛି।

ଷ୍ଟ୍ରଙ୍ଗରୁମ୍‌ରେ ଥିବା ଏକ ବାକ୍ସ ନେଇ ଯାଇଥିବା ଅଭିଯୋଗ ହୋଇଛି।  ଷ୍ଟ୍ରଙ୍ଗରୁମ୍‌ରେ ଡକାୟତି ବେଳେ ସାଇରନ୍ ବାଜିବାରୁ ଡକାୟତମାନେ ସେଠାରୁ ଖସି ପଳାଇଥିଲେ। ତେବେ ଯିବା ପୂର୍ବରୁ ଏକ ବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। ବାକ୍ସରେ ପ୍ରାୟ ୪୦-୫୦ ହଜାର ଟଙ୍କା ଥିବା କୁହାଯାଉଛି।

ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ପୋଲିସ୍ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ଗତକାଲି ଅନୁଗୁଳ ସହରର ବଜାର ଛକ ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ ଡକାୟତି ହୋଇଥିଲା। କିଛି ଦୁର୍ବୃତ୍ତ ମାଉଜର ଦେଖାଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କା ସହିତ ସୁନା ଲୁଟି ନେଇଥିଲେ।

ସେହିପରି ଗତକାଲି ନୟାଗଡ଼ ଜିଲ୍ଲା ସାରଙ୍ଗଧରପୁର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୮୦ ହଜାର ଟଙ୍କା ଓ ପ୍ରାୟ ୧ କୋଟି ଟଙ୍କାର ସୁନା ଲୁଟି ନେଇଥିଲେ।

Comments
Loading...