AICTE ନିଷ୍ପତ୍ତିର ପୁନର୍ବିଚାର ପାଇଁ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ସରକାରୀ ପଲିଟେକନିକ୍‌ରେ ନୂଆ ନାମଲେଖାକୁ  AICTE ରୋକ ଲଗାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। AICTE ର ଏହି ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରିବାକୁ ଜାଭଡେକରଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ।

୨୦୧୮-୧୯ ଶିକ୍ଷାବର୍ଷ ପାଇଁ ନାମ ଲେଖାଇବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି ନବୀନ। ଏହି ଦୁଇ ଶିକ୍ଷାନୁଷ୍ଠାନ ପାଇଁ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ନିୟମିତ ଅଧ୍ୟାପକ ଅଭାବ ଦର୍ଶାଇ ପାରଳାଖେମୁଣ୍ଡି, ବ୍ରହ୍ମପୁର ପଲିଟେକନିକ୍‌ରେ ନୂଆ ନାମଲେଖାକୁ ବାରଣ କିରଥିଲା AICTE।

Comments
Loading...