ବଲିଉଡରେ କେବଳ ଶାରୀରିକ ଶୋଷଣ ନୁହେଁ ମାନସିକ ଶୋଷଣ ମଧ୍ୟ ହୁଏ :  ରାଧିକା ଆପଟେ

ବଲିଉଡ ଅଭିନେତ୍ରୀ ରାଧିକା ଆପଟେ ଏବେ ପୁଣି ଚର୍ଚ୍ଚାରେ। ଘଟଣାହେଲା ଏହା ଯେ, ସେ ଖୋଲାଖୋଲି ଭାବେ ବଲିଉଡର ପରଦା ପଛର ଅସଲ କଥାକୁ କହିଛନ୍ତି। ଏକ ଚାର୍ଟ ଶୋ’ରେ କହିଛନ୍ତି, ବଲିଉଡରେ କେବଳ ଶାରୀରିକ ଶୋଷଣ ନୁହେଁ ମାନସିକ ଶୋଷଣର ମଧ୍ୟ ସାମ୍ନା କରିବାକୁ ପଡିଥାଏ। କିନ୍ତୁ ବଲିଉଡରେ ଏହା ସାମାନ୍ୟ କଥା ବୋଲି ରାଧିକା କହିଛନ୍ତି।

ନିଜର ଖୋଲାଖୋଲି ମନ୍ତବ୍ୟ ରଖିବା ନେଇ ରାଧିକା ଖୁବ୍ ଜଣାଶୁଣା। ସେ ବଲିଉଡର ସେହି ଦୁନିଆ ବିଷୟରେ ଆଲୋଚନା କରିଛନ୍ତି ଯାହା ତାଙ୍କୁ ଆଦୌ ପସନ୍ଦ ନୁହେଁ। ରାଧିକା କହିଛନ୍ତି ବଲିଉଡରେ ମାନସିକ ଅତ୍ୟାଚାର ମଧ୍ୟ କରାଯାଇଥାଏ। ଯେମିତିକି ସୁଟିଂ ସମୟରେ ସୁଟିଂରୁ ଡେରିରେ ଆସିବାକୁ ହୋଇଥାଏ ଆଉ ସୁଟିଂର ଦିନ ବଢାଇ ଦିଆଯାଇଥାଏ। ନିଜ କଣ୍ଟ୍ରାକ୍ଟ ବିରୋଧରେ ଯିବା ମଧ୍ୟ ଶୋଷଣର ଅଂଶ ଅଟେ। ଯାହା ତାଙ୍କୁ ପସନ୍ଦ ନୁହେଁ ବୋଲି ରାଧିକା କହିଛନ୍ତି।

ଉଲ୍ଲେଖନୀୟ ଯେ, ଅଭିନେତ୍ରୀ ରାଧିକା ବିବାହିତା। ତାଙ୍କ ସ୍ୱାମୀ ଲଣ୍ଡନରେ ରୁହନ୍ତି। ରାଧିକା ମାସରେ ଦୁଇ ତିନିଥର ତାଙ୍କ ସ୍ୱାମୀଙ୍କୁ ସାକ୍ଷାତ କରିବାକୁ ଯାଆନ୍ତି। ଯଦି ସପ୍ତାହରେ ଗୋଟିଏ ଦିନ ଛୁଟି ମିଳେ, ସେ ତାଙ୍କ ସ୍ୱାମୀଙ୍କ ପାଖକୁ ଯାଇଥା’ନ୍ତି।

 

 

 

Comments
Loading...