ବଢ଼ିଲା ବ୍ୟାଙ୍କ୍‌ ଆକାଉଣ୍ଟ ଓ ମୋବାଇଲ ଫୋନ୍‌ରେ ଆଧାର କାର୍ଡ ସଂଯୋଗର ଅବଧି

ଆଧାର ଲିଙ୍କ୍‌କୁ ନେଇ ଏବେ ସାଧାରଣ ଲୋକଙ୍କ ଚିନ୍ତା ହଟିଛି। ସୁପ୍ରିମକୋର୍ଟ ବ୍ୟାଙ୍କ୍‌ ଆକାଉଣ୍ଟ ଓ ମୋବାଇଲ ଫୋନ୍‌ରେ ଆଧାର କାର୍ଡ ସଂଯୋଗର ଅବଧିକୁ ବଢାଇ ଦେଇଛନ୍ତି। ମାମଲାର ଶୁଣାଣି ଶେଷ ନହେବା ଯାଏ ,ଆଧାର କାର୍ଡ ସଂଯୋଗ କରି ହେବ। ଏ ନେଇ ଆଜି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଛନ୍ତି ।

ମୋବାଇଲ, ପାସପୋର୍ଟ, ବ୍ୟାଙ୍କ୍ ଆକାଉଣ୍ଟ ସହ ଆଧାର ଲିଙ୍କ୍‌ର ଅବଧିକୁ ବଢାଇବା ସହ ତତ୍କାଳ ପାସପୋର୍ଟ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏନେଇ ପୂର୍ବରୁ ଏକ ମାମଲା ସୁପ୍ରିମକୋର୍ଟରେ ଦାୟର କରାଯାଇଥିଲା । ଗତବର୍ଷ ଜୁନ ମାସରେ କେନ୍ଦ୍ର ସରକାର ବ୍ୟାଙ୍କଖାତା ସହିତ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ କରିଥିଲେ ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଆଧାରକାର୍ଡ ସଂଯୋଗ ପାଇଁ ସରକାର କାହାକୁ ବାଧ୍ୟ କରି ପାରିବେ ନାହିଁ । ଆଇନଜୀବି ଭ୍ରିନ୍ଧା ଗ୍ରୋବର ପକ୍ଷରୁ ଦାଖଲ କରାଯାଇଥିବା ମାମଲାର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ଉଲ୍ଲେଖନୀୟ ଯେ, ବ୍ୟାଙ୍କ୍‌ ଆକାଉଣ୍ଟ ଓ ମୋବାଇଲ ଫୋନ୍‌ରେ ଆଧାର କାର୍ଡ ସଂଯୋଗର ଅବଧି ଡିସେମ୍ବର ୩୧ ଶେଷ ତାରିଖ ରଖାଯାଇଥିଲା । କିନ୍ତୁ ଡିସେମ୍ବର ମାସରେ ସୁପ୍ରିମକୋର୍ଟ ଏହି ସମୟସୀମାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢାଇଦେଇଥିଲେ ।

 

 

 

Comments
Loading...