
ବାଲେଶ୍ୱର : ଉଦ୍ଧାର ହେଲା ଅହିରାଜ। ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟ କୁଲଡିହା ଅଭୟାରଣ୍ୟ ନିକଟରୁ ଏକ ଧାନ ଜମିରୁ ଉଦ୍ଧାର ହୋଇଛି ଅହିରାଜ ସାପ। ଆସନବଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଜମିରେ ଏହି ୯ ଫୁଟ୍ ଲମ୍ବର ଅହିରାଜ ସାପଟି ଜାଲରେ ଛନ୍ଦି ହୋଇପଡିଥିଲା। ଗାଁ ଲୋକେ ଏହା ଦେଖି ତୁରନ୍ତ ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ।
ସାପଟିକୁ କାବୁ କରିବାକୁ ବେଶ୍ ପରିଶ୍ରମ କରିବାକୁ ପଡିଥିଲା। ବନବିଭାଗ ସାପଟିକୁ ଉଦ୍ଧାର କରି ଅଭୟାରଣ୍ୟରେ ଛାଡି ଦେଇଥିବା ଜଣାପଡିଛି।