ଜାଲ୍‌ନୋଟ କାରବାର ଘଟଣା: ୫ ଗିରଫ

ବାଲେଶ୍ୱର: ସିମୁଳିଆ ଖିରିକୋଣା ସେବା ସମବାୟ ସମିତିରେ ଟଙ୍କା ଜମା କରିବା ବେଳେ ରବିବାର ୪୪ ହଜାର ଟଙ୍କା ଜାଲ୍ ନୋଟ୍ ଜବତ ହୋଇଛି। ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସତ୍ୟନାରାୟଣ ପଣ୍ଡା, ତାରାକାନ୍ତ ବିଶ୍ୱାଳ, ସଲିମ୍, ଏସ୍.କେ. ରିଜୁଆନ ଓ ମନୋରଞ୍ଜନ ବାରିକ। ସେମାନଙ୍କଠାରୁ ଜାଲ ଦେଢ଼ ଲକ୍ଷ ଟଙ୍କା ସହିତ ଗୋଟିଏ ବାଇକ୍ ଓ ଗୋଟିଏ କାର ଜବତ କରାଯାଇଛି।

ଗତ ୧୦ ତାରିଖରେ ବିଷ୍ଣୁ ନାୟକ ନାମକ ଜଣେ ବ୍ୟକ୍ତି ଦେଢ଼ ଲକ୍ଷ ଟଙ୍କା ଜମା କରିବା ବେଳେ ସେଥିରୁ ୪୪ ହଜାର ଟଙ୍କା ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ପୋଲିସ ବିଷ୍ଣୁଙ୍କୁ ଅଟକ ରଖି, ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଆଜି ସହଦେବଖୁଣ୍ଟା, ସଦର ଥାନା ଅଞ୍ଚଳ, ସୋର ଓ ନୀଳଗିରି ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିଛି।

Comments
Loading...