ପାଣିରେ ବୁଡ଼ି ୩ ଜଣ ନାବାଳିକାଙ୍କ ମୃତ୍ୟୁ

ଦେବଗଡ଼ : ପାଣିରେ ବୁଡ଼ିଯାଇ ୩ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ୨ ଜଣ ଏବଂ କଳାହାଣ୍ଡି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦେବଗଡ଼ ବାରକୋଟ ସିଂହଶାଖ ଗାଁରେ ପୋଖରୀରେ ବୁଡି ୨ ଜଣଙ୍କ ମୃତ୍ୟୁ ହୋଇଛି।

ମୃତକ ହେଲେ ଛୁନକୁ ଓରାମଙ୍କ ଝିଅ ସୀତା ଓରାମ ଏବଂ ଶିବ ଓରାମଙ୍କ ଝିଅ ଅଞ୍ଜନା ଓରାମ। ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ୨ ଜଣ ନାବାଳିକା। ସେହିପରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜଲତାମୁଣ୍ଡାରେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଇନ୍ଦ୍ରାବତୀ ବାମ କେନାଲରେ ବୁଡ଼ିଯାଇ ଜଣେ ୭ ବର୍ଷ ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments
Loading...