• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Salepur

Accident
ଦେଖାଗଲାନି ରାସ୍ତା ! ପିଟି ହୋଇଗଲେ ବସ୍-ଟ୍ରକ୍, ଲିଭିଗଲା ୩ ଜୀବନ ଦୀପ

ଅବେଳରେ ଆଖି ବୁଜିଲେ ୩ ଜଣ, ମୃତ୍ୟୁସହ ଲଢୁଛନ୍ତି ଆଉ ୩ ।

Bus Accident
ବସ୍ -ଟ୍ରକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୪୦ ଆହତ

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତମାନଙ୍କୁ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Maa Durga
ମାଆ ଦୁର୍ଗାଙ୍କର ଏଠି କୋଡ଼ିଏ ହାତ

ଏଠି ମହିଷା ମର୍ଦ୍ଦିନୀ ରୂପରେ ନୁହେଁ, କୋଡ଼ିଏଟି ଭୁଜା ସହ ପୂଜା ପାଆନ୍ତି ମାଆ । କାହିଁ କେଉଁ କାଳରୁ ମାଆ ଏଠି ବିଂଶ ଭୁଜା ରୂପେ ପୂଜିତା । ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ଧାରଣ କରି ମାଆ ଏଠାରେ ବିଶ୍ଵରୂପା ଶକ୍ତି ସ୍ୱରୂପିଣୀ ଭାବରେ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ ।

lights diya with hopes of missing son’s return
ନିଖୋଜ ପୁଅ ଫେରିବାକୁ...ତୁଳସୀ ମୂଳେ ବସି ପ୍ରାର୍ଥନା କରୁଛି ମାଆ

ଖେଳିବାକୁ ଯାଇଥିଲା...ଆଉ ଫେରିଲାନି । ଖୋଜିଖୋଜି ନୟାନ୍ତ ହେଲେଣି ପରିବାର ଲୋକେ...ପୁଅ କେମିତି ଫେରିବ ସେଇଥି ପାଇଁ ତୁଳସୀ ମୂଳେ ଦୀପ ଜାଳୁଛି, ବରଗଛ ପୂଜା କରୁଛି ମାଆ

Flower Village
ଆସ ବୁଲିଯିବା ଫୁଲର ଗାଁ; ଫୁଲ ଦେଖିବା ତୋଳି ଆଣିବା

ଫୁଲର ବଗିଚା ଭିତରେ ରହିଛି ଦୁଇଟି ଗାଁ । ଏହି ଗାଁକୁ ଥରେ ଗଲେ ଆଉ ଥରେ ଯିହାକୁ ମନ କହିବ ନିଶ୍ଚିତ । ଆସନ୍ତୁ ବୁଲିଯିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ସାଧୁସାହି ଓ ବ୍ରାହ୍ମଣଭୂଇଁ ଗାଁ...

Bhagabata Melan
ବିମାନରେ ଜଗନ୍ନାଥଙ୍କ ସହ ଭାଗବତ, ଏକାଠି ହୁଅନ୍ତି ସବୁ ଗାଁର ଠାକୁର

ଠାକୁରଙ୍କ ସାମ୍ନାରେ ହାଣ୍ଡି ହାଣ୍ଡି ଭୋଗରାଗ ସଜେଇ ରଖାଯାଇଥାଏ । ଧାଡ଼ିକି ଧାଡ଼ି ବିମାନ ଦଣ୍ଡାୟମାନ ।

Viral Video
ଅଲୌକିକ ଘଟଣା: ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ

ଠାକୁରାଣୀଙ୍କ ପୀଠରେ ଥିବା ଏକ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ। ଗତକାଲି ସନ୍ଧ୍ୟାରେ ସାଲେପୁର ସ୍ଥିତ ମା’ ହାନ୍ଦୁଳାଇ ଠାକୁରାଣୀଙ୍କ ପୀଠରେ ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି।

The stone carpenter
ବୁଡ଼ିବାକୁ ବସିଲାଣି ପଥର କାରିଗରଙ୍କ ବେଉସା, ଚିନ୍ତାରେ ପଥର ଶିଳ୍ପୀ

ଦିନେ ଏଠାକାର ପ୍ରସିଦ୍ଧ ବୁଦ୍ଧ ମୂର୍ତ୍ତି ଚୀନ , ଜାପାନ ଭଳି ଦେଶକୁ ରପ୍ତାନୀ ହେଉଥିଲା ଶିଳ୍ପୀଙ୍କ କାରିଗିରୀ କୌଶଳର ରହିଥିଲା ବେଶ୍ ନାଁ ଡାକଥିଲା କିନ୍ତୁ କରୋନା ପରଠୁ ଗଲା ୨ ବର୍ଷ ହେଲା ଠପ୍ ପଡିଯାଇଛି ବ୍ୟବସାୟ । ଦେଶ ବାହାର ଦୂରର କଥା, ରାଜ୍ୟ ଭିତରେ ବି ବନ୍ଦ ହୋଇଯାଇଛି ବେପାର । ଯାହାକି କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି ଶିଳ୍ପୀଙ୍କ ଅଣ୍ଟା ଭାଙ୍ଗିଦେଲାଣି ।

Special Story | This Divyang Orchestra Band In Mahanga Steals Limelight - OTV Report
ଏମିତି ଅର୍କେଷ୍ଟ୍ରା ପାର୍ଟି, ଯେଉଁଠି କୌଣସି କଳାକାର କେବେ ଦେଖିନାହାଁନ୍ତି ବାଦ୍ୟଯନ୍ତ୍ର

ସେମାନେ ଗୋଟିଏ ଅର୍କେଷ୍ଟ୍ରା ପାର୍ଟିର ସମସ୍ୟ। ସମସ୍ତେ ସୁନ୍ଦର ଗାଆନ୍ତି ଓ ବାଦ୍ୟ ବଜାନ୍ତି। ବିଭିନ୍ନ ଆଡ଼େ ପ୍ରୋଗ୍ରାମ ପାଇଁ ଯାଆନ୍ତି।

salepur rape accused
ଜେଲ୍‌ରେ ଦୁଷ୍କର୍ମ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ

ସାଲେପୁର: ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।  ଗତକାଲି ସେ ପାଇଖାନା ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ସାଲେପୁର ଥାନା ପୋଲିସ ଜେଲକୁ ଯାଇ ତଦନ୍ତ କରିଛି। ଏହା ସହିତ ଅଭିଯୁକ୍ତ ବିରୋଧରେ ପୁଣି ଏକ ମାମଲା କରିଥିବା ଜଣାପଡ଼ିଛି। ତେବେ ଏ ସଂପର୍କରେ ଜେଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା […]

representationl image
ପୀଡ଼ିତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ସାଲେପୁର ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଖବରରେ ଗଭୀର ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୀଡ଼ିତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ପୀଡ଼ିତାଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ୮ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଶେଷରେ ଆଖିବୁଜିଥିଲେ ସାଲେପୁରର ପୀଡ଼ିତା। କଟକ ଏସ୍‌ସିବିର ଶିଶୁ ବିଭାଗ ଟ୍ରମା ICUରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି। ଏସ୍‌ସିବିର ୧୩ ଜଣିଆ […]

rape victim
ସାଲେପୁର ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ 

କଟକ :  ସାଲେପୁର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ। SCB ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି। ୧୩ ଜଣିଆ ଡାକ୍ତରୀ ଦଳ ପୀଡ଼ିତାଙ୍କ ଚିକିତ୍ସା କରୁଛନ୍ତି। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନି ଏବଂ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଗତ ୨୧ ତାରିଖ ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଜଣେ ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର […]

salepur
ମୁମୂର୍ଷୁ ଅବସ୍ଥାରେ ନାବାଳିକା ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ

କଟକ: ସାଲେପୁରରେ ଲଜ୍ଜା। ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ। ନାବାଳିକାଙ୍କୁ ଗତକାଲି ମୁମୂର୍ଷୁ ଅବସ୍ଥାରେ ଏକ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ପୋଲିସ ତନାଘନା ଜାରି ରଖିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ସେପଟେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତା’ର ଚିକିତ୍ସା ଲାଗି କଟକ ବଡ଼ ମେଡିକାଲ୍‌ରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ହୋଇଛି। ୬ଟି […]

scb
ଏସ୍‌ସିବିରେ ଜୀବନ ହାରିଲେ ସାଲେପୁର ଦୁଷ୍କର୍ମ ପୀଡ଼ିତା

କଟକ : ସାଲେପୁରରେ ଅଭାବନୀୟ ଘଟଣା। ଜୀବନ ହାରିଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା। ଅଭିଯୋଗ ଅନୁସାରେ, କଟକ ଜିଲ୍ଲା ତୁଣପୁର ଅଞ୍ଚଳର ଏହି ନାବାଳିକାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ କୋଲ୍ଡ ଡ୍ରିଙ୍କସ୍‌ରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ଏଥିସହ ସେହି ସମୟର ଫଟୋ ଉଠାଇ ବ୍ଲାକ୍‌ମେଲ କରୁଥିଲେ ଅଭିଯୁକ୍ତ। ଏଥିରେ ମର୍ମାହତ ହୋଇ ପୀଡ଼ିତା ଜଣକ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କିରଛନ୍ତି। ଆଜି ଘଟଣାର ୬ଦିନ […]

Salepur
ଜନ୍ମରୁ ଦୃଷ୍ଟିବାଧିତ : ବିନା ଗୁରୁରେ ନାକରେ ଚମତ୍କାର ବଂଶୀ ବଜାନ୍ତି କୃଷ୍ଣଚନ୍ଦ୍ର

୭୦ ବର୍ଷୀୟ କୃଷ୍ଣଚନ୍ଦ୍ର କେବେବି ବଂଶୀ ଦେଖିନାହାଁନ୍ତି, କେବଳ ଯାହା ତାକୁ ଅନୁଭବ କରିଛନ୍ତି