• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mayurbhanj

Opium cultivation
ଯୁଆଡେ ଦେଖିଲେ ସିଆଡେ ଖାଲି ଅଫିମ ଗଛ

ଶିମିଳିପାଳ ଅଭୟାରଣ୍ୟ ଭିତରେ ବ୍ୟାପକ ଅଫିମ ଚାଷ । ପୋଲିସ ଚଢାଉ କରି ୩ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି । ଗତ ୨୪ ତାରିଖରେ ମଧ୍ୟ ଶିମିଳିପାଳରେ ୧୦ କୋଟିର ଅଫିମ ଚାଷକୁ ନଷ୍ଟ କରାଯାଇଥିଲା ।

Anganwadi Centre
‘ଅଙ୍ଗନବାଡି କେନ୍ଦ୍ର ଭିତରକୁ ଯିବାକୁ ଡ଼ର ଲାଗୁଛି’

ଗାଁର ଅଙ୍ଗନୱାଡ଼ି କେନ୍ଦ୍ରଟି ସମ୍ପୂର୍ଣ୍ଣ ଭାବେ କ୍ଷତି ଗ୍ରସ୍ତ ହୋଇଯାଇଛି। ମମତା ଘରଟି ତିଆରି ବର୍ଷେ ବି ଯାଇନି ଘର ମଝିରେ ଫାଟ ଦେଖାଦେଲାଣି। ଫଳରେ ଅଙ୍ଗନୱାଡ଼ି ଦିଦି ପିଲାମାନଙ୍କୁ ଖୋଲା ଆକାଶ ତଳେ ପାଠ ପଢ଼ାଉଛନ୍ତି।

Mother
ଏ ବି ଜଣେ ମା’... ମମତା ପାଖରେ ହାରିଛି ଗରିବୀ

ଏ ବି ଜଣେ ମା’ । ଅନ୍ତଚିରି ଜନ୍ମ ଦେଇଛି ତା’ ଦୁଇ ପିଲାଙ୍କୁ । ସ୍ୱାମୀ କୁଆଡେ ଚାଲିଯିବା ପରେ ଅଭାବ ଭିତରେ ପେଟକୁ କାଟି ପିଲାଙ୍କ ମୁହଁରେ ଫୁଟାଉଛି ହସ । ଆଉ ଯୋଗାଡ଼ କରୁଛି ଦୁଇ ଓଳି ଦୁଇମୁଠା ଦାନା । ଜୀବନର ଦୁଃଖ କଳା ବାଦଲ ଭିତରେ କେବେ ବି ହାରିନାହାନ୍ତି ସୁମିତ୍ରା ।

Self made road
ମୌଳିକ ସୁବିଧା ବି ଅପହଞ୍ଚ

ଶୁଣିଲାନି ପ୍ରଶାସନ... ଶେଷରେ ବାଧ୍ୟ ହୋଇ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶାଳଚୁଆ ପଂଚାୟତ ନାଳସାହି ପଠାଣିପକା ଗ୍ରାମବାସୀ ନିଜ ଗାଁ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି । ଯାହାକୁ ସ୍ଥାନୀୟ ଅଂଚଳରେ ବେଶ୍ ପ୍ରଶଂସା କରାଯାଇଛି ।

Odisha Governor
ମଦଭାଟି ବନ୍ଦ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଦିନିକିଆ ମୟୁରଭଞ୍ଜ ଗସ୍ତରେ ଯାଇ ଶୁଲିଆପଦା ବ୍ଲକର କୁଜୁଡ଼ିହି ଠାରେ ଅଙ୍ଗନୱାଡି ଗୃହରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେମାନଙ୍କ ଦୁଃଖ ସୁଖ ପଚାରି ବୁଝିଛନ୍ତି । ଏହା ପରେ ରାଜ୍ୟପାଳ କୁଡୁଡ଼ିହି ଗ୍ରାମର ବିଭିନ୍ନ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଗୃହକୁ ଯାଇ ଗୃହ କାର୍ଯ୍ୟ କିଭଳି ହୋଇଛି ଏବଂ ସମସ୍ୟା କଣ ରହିଛି ସେ ନେଇ ଆଲୋଚନା ବି କରିଛନ୍ତି…

stage protest demanding block status
ବ୍ଲକ୍ ନାହିଁ ତ ଭୋଟ୍ ନାହିଁ

ସରକାର ଆମକୁ ବ୍ଲକ ଦିଅ, ବ୍ଲକ ଦିଅ... ଏ ଆର୍ତ୍ତ ଚିତ୍କାର ଆଜିର ନୁହେଁ ଏହା ଦୀର୍ଘ ବର୍ଷର ଦାବୀ, ଆଦିବାସୀଙ୍କ ପାଇଁ ମାଳ ମାଳ ଯୋଜନା କରି ଡିଣ୍ଡିମ ପିଟୁଥିବା ସରକାର ସେମାନଙ୍କୁ ପ୍ରତିଶୃତି ଦେଇ ପ୍ରତାରଣା କରିଥିବା କହିଛନ୍ତି ମୟୁରଭଞ୍ଜ ଶରତ ବାସିନ୍ଦା

Black Tiger Safari
ସତ ହେବ ଶିମିଳିପାଳ କଳାବାଘ ସଫାରୀ !

ବିଶ୍ୱରେ ପ୍ରଥମ ଥର ପାଇଁ ଶିମିଳିପାଳ ନିକଟରେ ହେବ କଳାବାଘ ସଫାରୀ। ହେଲେ କେମିତି ହେବ ଏହାର ରୂପରେଖ ? ଇନ୍ ବ୍ରିଡିଂ ଯୋଗୁ କଳାବାଘଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହ୍ରାସ ପାଉଥିବା ମହାବଳ ବଂଶକୁ କେମିତି ଦିଆଯିବ ସୁରକ୍ଷା ?

Corruption
ଲେବର୍ ଟଙ୍କା ଖାଇଲା କିଏ ?

‘GRS ମ୍ୟାଡାମ୍ କରିଛନ୍ତି ହେରାଫେରି.. ନିଜ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଛାଡ଼ିଛନ୍ତି.. ଦଲାଲ୍ ମାଧ୍ୟମରେ ଚାଲିଛି କେଳେଙ୍କାରୀ..’

Sri Jagannath
ବିଶ୍ୱର ସବୁଠୁ ସାନ ଜଗନ୍ନାଥ ମୂର୍ତ୍ତି ଗଢିଛନ୍ତି ଜଗା ଭକ୍ତ ତୁଷାର

ନିମ୍ବ କାଠରେ ତୁଷାର ଗଢିଛନ୍ତି 5ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ.. ଖାଲି ଆଖିକୁ ବି ସ୍ପଷ୍ଟ ଦିଶିବନି.. କିନ୍ତୁ ନିଜ କଳାରେ ଭାବ ଓ ଭକ୍ତି ମିଶାଇ ତୁଷାର ଏହାକୁ ସମ୍ଭବ କରିଦେଖାଇଛନ୍ତି.. ଏଥିପାଇଁ ତାଙ୍କୁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡସରେ ସମ୍ମାନିତ କରାଯାଇଛି.. 

Truck Accident
ବାଙ୍ଗିରିପୋଷି ଘାଟିରେ ଓଲଟିଲା ୨ଟି ଟ୍ରକ୍, ଦୁର୍ଘଟଣା ପରେ ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର

ଦୁଇଟି ଯାକ ଟ୍ରକରେ ନିଆଁ ଲାଗିଯାଇଛି । ଟ୍ୟାଙ୍କର ଡ୍ରାଇଭର ଜଣକ ଟ୍ରକରେ ଚାପି ହୋଇ ଜିଅନ୍ତା ଜଳି ଯାଇଥିବା କୁହାଯାଉଛି।

Suleipata
ହାତ ଠାରୁଛି ସୁନ୍ଦରୀ ସୁଲେଇପାଟ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସୁଲେଇପାଟ ଡ୍ୟାମ । ରାସ୍ତାର ଉଭୟ ପଟରେ ସବୁଜ ବନାନୀ । ଡ୍ୟାମର ନୀଳ ଜଳ ରାଶି ସହ ପାହାଡ଼ର ଶୋଭା ସମସ୍ତଙ୍କୁ ଆକର୍ଷିତ କରେ । ଆଉ ଏହି ଶୋଭାରାଜିକୁ ଉପଭୋଗ କରିବାକୁ ଏବେ ଲାଗିଛି ଭିଡ଼ ।

Locals allege massive irregularities in making small stadium in Odisha's Mayurbhanj
ପାଚେରିରେ ସୀମିତ ମିନି ଷ୍ଟାଡିୟମ

ନାଁକୁ ଷ୍ଟାଡ଼ିୟମ....ନା ଅଛି ଖେଳିବାକୁ ସୁବିଧା....ନା କ୍ରୀଡ଼ା ଉପକରଣ । ଚାରିଆଡ଼େ ଅନାବନା ଘାସ, କୋଉଠି ପାଚେରି ଫାଟି ଆଁ କଲାଣି ତ କୋଉଠି ପଡ଼ି ରହିଛି ମଦ ବୋତଲ । ମିନି ଷ୍ଟାଡିୟମ କହିଲେ କେବଳ ପାଚେରିରେ ହିଁ ରହିଛି ସୀମିତ ।

Bharati Singh Gets Her Job Back
ମାସକ ପରେ ଚାକିରି ଫେରି ପାଇଲେ ଭାରତୀ ସିଂ

ମୟୂରଭଞ୍ଜର ନିପଟ ମଫସଲ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସେମାନଙ୍କୁ ଆଗକୁ ଯିବାକୁ ସହୟତା ଓ ପ୍ରେରଣା ପାଇଁ ଅନେକ ବାର ପୁରସ୍କାର ଓ ପ୍ରମାଣପତ୍ର ପାଇଥିଲେ ଭାରତୀ।

Bharati Singh Gets Her Job Back
ସତ୍ୟର ଜୟ, ହାରିଗଲା ଷଡ଼ଯନ୍ତ୍ର, ମାସକ ପରେ ଚାକିରି ଫେରି ପାଇଲେ ଭାରତୀ ସିଂ

ସତ୍ୟର ଜୟ, ହାର ମାନିଲା ଷଡ଼ଯନ୍ତ୍ର । ବେଆଇନ୍ ଭାବେ ଚାକିରି ଯିବାର ଠିକ୍ ମାସକ ପରେ ପୁଣି ବ୍ୟାଙ୍କ ମିତ୍ର ଚାକିରି ଫେରି ପାଇଲେ ମୟୂରଭଞ୍ଜ ଖୁଣ୍ଟାର ଭାରତୀ ସିଂ।

Shimilipala
୧୪ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଗାଇଡ୍ ବ୍ୟବସ୍ଥା

ଏଥିସହ ଅଭୟାରଣ୍ୟରେ ରାତ୍ରିଯାପନ ପାଇଁ ପର୍ଯ୍ୟଟକମାନେ ଅନଲାଇନ୍ ମାଧ୍ୟମରେ ବୁକିଂ କରିପାରିବେ। ସେହପରି ଅଭୟାରଣ୍ୟ ମଧ୍ୟକୁ ପ୍ଲାଷ୍ଟିକ୍, ପଲିଥିନ୍ ଓ ମାଦକ ଦ୍ରବ୍ୟ ନେବାରେ କଟକଣା ଜାରି କରାଯାଇଛି ।

allege govt's apathy
ଏ ପାଣିରେ କିଏ ପାଦ ଧୋଇବନି.. ହେଲେ ଆମେ ପିଉଛୁ..

ଏମିତି ନୁହେଁ ଯେ ସରକାର ଏମାନଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିନାହାନ୍ତି.. ହେଲେ ସରକାରୀ ବ୍ୟବସ୍ଥାରେ ପାଣି କେମିତି ମିଳୁଛି ଆପଣ ନିଜେ ଦେଖନ୍ତୁ.. ଟ୍ୟାପରୁ ଟୋପା ଟୋପା ହୋଇ ପଡ଼ୁଛି ପାଣି.. ସେଇ ପାଣିକୁ ସଂଗ୍ରହ କରିବାକୁ ଅପେକ୍ଷା କରିଛନ୍ତି ଶହ ଶହ ହାଣ୍ଡି ଗରା.. ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ତାରଣା ଗାଁରେ ବିକାଶର ଚିତ୍ର..

Hospital staff asks Rs 800 bribe
'ଯଦି ପୋଷ୍ଟମର୍ଟମ କରିବ, ତେବେ ୮ଶହ ବାହାର କର... ମାଲ୍‌ ମାରିକି ଶବ କାଟିଦେବୁ..’

ବାପା ଆଗରେ ଚାଲିଗଲା ପିଲା । ପୋଷ୍ଟମର୍ଟମ ପାଇଁ ମେଡିକାଲ ପହଞ୍ଚିବା ପରେ...ଶବ କାଟିବାକୁ ୮ ଶହ ଟଙ୍କା ମାଗିଲେ ମେଡିକାଲ କର୍ମଚାରୀ । ସିଧାସିଧା କହିଲେ ଟଙ୍କା ଦେବା ପରେ ଆମେ ମାଲ୍‌ ମାରିବୁ, ପରେ କାଟିବୁ । ଏବେ ଭାଇରାଲ ହେଲା ଭିଡିଓ

Youth attempts to kill minor gir
ଛି ଛି ! ଏମିତି ପ୍ରେମିକକୁ ଶତଧିକ୍

ଏମିତି ପ୍ରେମିକ ଆପଣ ଜୀବନରେ ଦେଖିନଥିବେ। ପ୍ରେମିକା ସହ ଆରମ୍ଭ ହୋଇଥିବା ତା ପ୍ରେମ, ଶେଷରେ ଗୁଳିକାଣ୍ଡରେ ଶେଷ ହୋଇଛି… ପ୍ରେମ କଲା ଜଣକୁ, ବାହା ହେଲା ଆଉ ଜଣକୁ। ଆଉ ବାହା ହେଲାପରେ ପୁଣି ପ୍ରେମ କରୁଥିବା ଝିଅ ସହ ସଂପର୍କ ରଖିବାକୁ ଚାହିଁଲାରୁ ଏତେ କାଣ୍ଡ ହେଲା।

Machhakandna waterfall
ମନ ମୋହୁଛି ମାଛକାନ୍ଦଣା, ପ୍ରକୃତିର ଅପରୂପ ଦୃଶ୍ୟ

ପ୍ରକୃତି କୋଳରେ ମାଛକାନ୍ଦଣା । ଶୀତ ଦିନ ବିଶେଷ କରି ନୂଆ ବର୍ଷ ଆସିଲେ ଏଇ ପର୍ଯ୍ୟଟନ ସ୍ଥଳୀ ବୁଲିବା ଓ ବଣ ଭୋଜି କରିବାର ମଜା ନେବାକୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ l ଏ ବର୍ଷ କୋଭିଡ କଟକଣା ନଥିବାରୁ ମାଛକାନ୍ଦଣାରେ ପ୍ରବଳ ଭିଡ ।

Mayurbhanj’s Debakunda
ପର୍ଯ୍ୟଟକଙ୍କ ମନମୋହୁଛି ଦେବକୁଣ୍ଡର ପ୍ରାକୃତିକ ପରିବେଶ

ନୂଆ ବର୍ଷ ଆସିଲେ ମନେପଡେ ମା ଅମ୍ବିକାଙ୍କ ପୀଠ ଦେବକୁଣ୍ଡ l ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କ ମନକୁ କରିଥାଏ ଆନମନା l ଜଙ୍ଗଲ ପାହାଡ଼ ଘେରା ମଧ୍ୟରେ ଅବସ୍ଥାପିତ କରିଛନ୍ତି ମା ଅମ୍ବିକା। ପ୍ରକୃତିର ସବୁଜିମା ଭିତରେ ବହିଯାଉଥିବା ଝରଣାକୁ ଉପଭୋଗ କରି ବଣ ଭୋଜି କରି ବେଶ ମଜା ଉଠାଇଥାନ୍ତି ପର୍ଯ୍ୟଟକ l

Mayurbhanj man awaits govt help to treat brain tumor - Apana Eka Nuhanti
ସ୍ତ୍ରୀର କଷ୍ଟ ଦେଖିପାରୁନାହାନ୍ତି... ଅପରେସନ୍‌ ପାଇଁ ଟଙ୍କା ବି ଯୋଗାଡ କରିପାରୁନାହାନ୍ତି...

ସ୍ତ୍ରୀର କଷ୍ଟ ଦେଖି ସହି ପାରୁନାହାନ୍ତି ସ୍ୱାମୀ। ଗାମୁଛା ଧରି ସିନା ମୁହଁ ପୋଛି ଦେଉଛନ୍ତି ହେଲେ ଭଲ କରିବା ପାଇଁ ଆଉ ତାଙ୍କ ପାଖରେ ବଳ ନାହିଁ। ସ୍ତ୍ରୀ ପାଇଁ ସବୁକିଛି ବିକ୍ରି କରିସାରିଲେଣି..ହେଲେ ଅପରେସନ୍‌ ପାଇଁ ଟଙ୍କା ଯୋଗାଡ ହୋଇପାରୁନି। ସାହାଯ୍ୟ ମିଳିଲେ ହୋଇପାରନ୍ତା ଅପରେସନ୍‌

Bovine smugglers shoot two in Mayurbhanj
ଗୋ-ଚାଲାଣକାରୀଙ୍କ ଗୁଳିମାଡ଼ରେ ୨ ଗୋ-ସେବକ ଆହତ

ଗୋ-ସେବକଙ୍କ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼ । ଏଥିରେ ୨ ଜଣ ଆହତ ହୋଇଛନ୍ତି ।

ASI Suspended
ମଣିଷଙ୍କୁ ପଶୁ ଇଞ୍ଜେକ୍‌ସନ ଦେବା ଘଟଣାରେ ASI ନିଲମ୍ବିତ

ମଣିଷକୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସ୍ପି ।

chhaunurtya preparation
ଧୁମ୍ସାର ତାଳେ ତାଳେ ଚାଲିଛି ନୃତ୍ୟ ଅଭ୍ୟାସ, ଚୈତ୍ର ପର୍ବ ପାଇଁ ପ୍ରସ୍ତୁତି

ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଅଥବା ଛଉ ନୃତ୍ୟ ପ୍ରତିଯୋଗିତା । ଏଥିଲାଗି ଏବେ ଜିଲ୍ଲାର ସମସ୍ତ ଛଉ ଆଖଡ଼ା ଚଳଚଞ୍ଚଳ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଯୋଗୀମାନେ ଅଭ୍ୟାସ ଜାରି ରଖିଥିବା ବେଳେ ଦିନରାତି ଏକ କରି ଦେଇଛନ୍ତି । ଆଜିଠୁ ତିନି ଦିନ ଧରି ଚାଲିବ ପ୍ରତିଯୋଗିତା...

Odisha News
ତରକାରୀ କଡ଼େଇରେ ପଡିଗଲେ ଛାତ୍ରୀ, ଆଉ ତା ପରେ..

ପ୍ରଥମ ଶ୍ରେଣୀ ଛାତ୍ରୀ ତରକାରୀ କଡ଼େଇରେ ପଡି ଗୁରୁତର । ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ ବାଘଡା ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି ।