IPL ପାଇଁ ବିରାଟଙ୍କ ସଜବାଜ : ନୂଆ ହେୟାର ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ସବୁଥିରେ ବିରାଟଙ୍କ କିଛି ନା କିଛି ଭିନ୍ନ ଶୈଳୀ ଦେଖିବାକୁ ମିଳେ। ତାହା ଖେଳ ହେଉ ବା ନିଜର ବ୍ୟକ୍ତଗତ ଜୀବନ। ସବୁବେଳେ ସେ ଚର୍ଚ୍ଚାରେ। ଫିଟ୍‌ ଏବଂ ହଟ୍‌କେ ରହିବାକୁ ବିରାଟ ମଧ୍ୟ ସବୁବେଳେ ପ୍ରୟାସ କରିଥାନ୍ତି।

ଏବେ ଏକ ଅଲଗା ଲୁକ୍‌ରେ ବିରାଟ ନଜର ଆସିବେ। IPL ପୂର୍ବରୁ ବିରାଟ ସେୟାର କରିଛନ୍ତି ତାଙ୍କ ନୂଆ ଲୁକ୍‌। ଯେଉଁଥିରେ ତାଙ୍କ ନୂଆ ହେୟାର ଷ୍ଟାଇଲ୍‌ ଦେଖିବାକୁ ମିଳିଛି। ବିଅଡ୍‌ ଲୁକ୍‌ ବା ଦାଢି ପରେ ଏବେ ବିରାଟ ତାଙ୍କ ହେୟାର ଷ୍ଟାଇଲ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିଦହାସ ଟ୍ରଫିରେ ବିରାଟ ଖେଳି ନଥିଲେ। କିନ୍ତୁ ୭ ଏପ୍ରିଲ୍‌ରୁ ଆରମ୍ଭ ହେବାରୁ ଯାଉଥିବା ଇଣ୍ଡିଆଲ୍‌ ପ୍ରିମିୟର ଲିଗ୍‌ରେ ସେ ଟିମ୍‌ ଆରସିବିର ଅଧିନାୟକ ରହିବେ।

ବିରାଟ ନିଜ ନୂଆ ଲୁକ୍‌ର ଫଟୋ ଟ୍ୱିଟରରେ ସେୟାର କରି ତାଙ୍କ ହେୟାର ଷ୍ଟାଇଲିସ୍ଟ ଆଲିମ୍‌ ହକିମ୍‌ଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ଆଲିମ୍‌ ହାକିମ୍‌ ଜଣେ ଜଣାଶୁଣା ହେୟାର ଷ୍ଟାଇଲିସ୍ଟ। କିଛି ଦିନ ତଳେ ସେ ସୋନୁ ନିଗମଙ୍କୁ ଲଣ୍ଡା କରିଥିଲେ। ଆଲିମ୍‌ ହେୟାରକଟ୍‌ କରିବା ପାଇଁ ୨୦.୦୦୦ଟଙ୍କା ପର୍ଯନ୍ତ ଫିସ୍ ନିଅନ୍ତି।


ଆଲିମ୍‌ଙ୍କ ବାପା ହାକିମ୍‌ କେରାନବି ଭାରତର ପ୍ରଥମ ସେଲିବ୍ରେଟି ହେୟାର ଡ୍ରେସର ଥିଲେ। ସେ ଦିଲୀପ୍ କୁମାର , ସୁନିଲ ଦତ୍ତ, ବିନୋଦ ଖନ୍ନା ଏବଂ ଅମିତାଭ ବଚ୍ଚନଙ୍କ ଚୁଟି କାଟୁଥିଲେ। ଆଲିମ ୧୬ବର୍ଷ ବୟସରୁ ଏହି ପେସାରେ ରହିଆସିଛନ୍ତି। ମୁମ୍ବାଇ, ହାଇଦ୍ରାବାଦ୍‌ ବ୍ୟତୀତ ଦୁବାଇରେ ମଧ୍ୟ ଆଲିମ୍‌ଙ୍କର ସେଲୁନ୍‌ ଅଛି।

 

Comments
Loading...