ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ: ଶ୍ରୀଲଙ୍କାକୁ ଭେଟିବ ଭାରତ

ନୂଆଦିଲ୍ଲୀ:  ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଆଜି ଆୟୋଜକ ଶ୍ରୀଲଙ୍କାକୁ ଭେଟିବ ଭାରତ।  ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିଲା ଏହାର ବଦଲା ନେବା ଲକ୍ଷ୍ୟରେ ରୋହିତ ଆଣ୍ଡ କୋ ମଇଦାନକୁ ଓହ୍ଲାଇବେ।

ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଛି ବଡ ଝଟକା।  ଶ୍ରୀଲଙ୍କା କ୍ୟାପଟେନ ଦୀନେଶ ଚଣ୍ଡିମଲ ପରବର୍ତ୍ତୀ ୨ ମ୍ୟାଚ ପାଇଁ ନିଲମ୍ବିତ ହୋଇଛନ୍ତି।

ବାଂଲାଦେଶ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ସ୍ଲୋ ଓଭର ରେଟ୍ ଯୋଗୁଁ ଚଣ୍ଡିମଲକୁ ନିଲମ୍ବିତ କରିଛି ଆଇସିସି। ଏହାସହ ତାଙ୍କର ୨୦ ପ୍ରତିଶତ ମ୍ୟାଚ ଫିସ୍ କାଟିବାକୁ ଜରିମାନା ମଧ୍ୟ କରାଯାଇଛି।

Comments
Loading...