ଆଜିଠାରୁ ଫିଫା ବିଶ୍ୱକପ୍‌ର ନକ୍ଆଉଟ୍ ରାଉଣ୍ଡ

ମସ୍କୋ : ଆଜିଠାରୁ ଆରମ୍ଭ ହେଉଛି ଫିଫା ବିଶ୍ୱକପର ଅସଲି ମୁକାବିଲା। ପ୍ରି-କ୍ୱାର୍ଟର ରାଉଣ୍ଡର ପ୍ରଥମ ଦିନରେ ଲଢ଼େଇ ହେବ ଲାଟିନ୍ ଆମେରିକା ବନାମ୍ ୟୁରୋପ୍ । ମୁହାଁ ମୁହିଁ ହେବେ ବିଶ୍ୱ ଫୁଟବଲର ଦୁଇ ପାଓ୍ୱାର ହାଉସ୍ ଫ୍ରାନ୍ସ ଓ ଆର୍ଜେଣ୍ଟିନା। ଆଉ ରାତି ସାଢେ ୧୧ଟାରେ ପର୍ତ୍ତୁଗାଲକୁ ଭେଟିବ ଉରୁଗୁଏ।

ମେସି ଭର୍ସେସ୍ ଗ୍ରିଜମ୍ୟାନ୍  ଡି ମାରିଆ ବନାମ୍ ପୋଗ୍‌ବା।  ବିଗ୍ ଫାଇଟ୍‌ରେ ବିଗ୍ ଷ୍ଟାରଙ୍କ ଟକ୍କର । ଫିଫା ବିଶ୍ୱକପ୍ ଟ୍ୱେଣ୍ଟି ଏଇଟିନର ନକ୍ ଆଉଟ୍ ରାଉଣ୍ଡର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଓ ଫ୍ରାନ୍ସ। ଟାଇଟଲ୍ ହାସଲ ଲକ୍ଷ୍ୟରେ ରହିଛନ୍ତି ବିଶ୍ୱ ଫୁଟବଲରଏହି ଦୁଇ ହେଭିୱେଟ୍। ତେଣୁ ଉଭୟଙ୍କ ମଧ୍ୟରେ ଜୋରଦାର ହେବ ମୁକାବିଲା। ପୋଗବା, ଅଲିଭର ଗିରୋଡଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ସହ କିଲିୟାନଙ୍କ ଭଳି ଯୁବ ଖେଳାଳିଙ୍କ ଉପରେ ନିର୍ଭର କରିବ ଫ୍ରାନ୍ସ। ମେସିଙ୍କ ଉପରେ  ଆର୍ଜେଣ୍ଟିନା ବହୁତ କିଛି ନିର୍ଭର କରୁଛି । ମେସିଙ୍କ ମ୍ୟାଜିକ ଚାଲିବ ତ ଆର୍ଜେଣ୍ଟିନାକୁ ରୋକିବା ପ୍ରତିପକ୍ଷ ଫ୍ରାନ୍ସ ପାଇଁ ହୋଇଯିବ ମୁସ୍କିଲ୍।

ନକ୍ଆଉଟ୍ ରାଉଣ୍ଡର ଦ୍ୱିତୀୟ ମ୍ୟାଚରେ କଡା ଟକ୍କର। ଚଳିତ ବିଶ୍ୱକପର ଦୁଇ ଡାର୍କ ହର୍ସ ପର୍ତ୍ତୁଗାଲ ଓ ଉରୁଗୁଏ ମଧ୍ୟରେ ହେବ ମୁକାବିଲା। ଆର୍ଜେଣ୍ଟିନା ଓ ଫ୍ରାନ୍ସ ଭଳି ଏହି ମ୍ୟାଚରେ ବି ହେବ ଷ୍ଟାର ଫାଇଟ୍। ମୁହାଁମୁହିଁ ହେବେ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲୁଇସ୍ ସୁରେଜ। ବାର୍ସିଲୋନା ଓ  ରିଏଲ ମାଦ୍ରିଦର ଏହି ଦୁଇ ଷ୍ଟାର ଷ୍ଟ୍ରାଇକର କେହି କାହାରିଠାରୁ କମ୍ ନୁହନ୍ତି । ଏଇ ବିଶ୍ୱକପରେ ନିଜର ଜଲୱା ଦେଖାଇଛନ୍ତି ରୋନାଲ୍ଡୋ।  ହ୍ୟାଟ୍ରିକ୍ ସହ ୪ ଗୋଲ କରି ଗୋଲଡେନ୍ ବୁଟ୍ ଦୌଡରେ ଅଛନ୍ତି।  ସୁରେଜ୍ ବି କମ୍ ନୁହଁନ୍ତି , ୩ଟି ମ୍ୟାଚରୁ ୨ ଗୋଲ।  ତେବେ କ୍ୱାର୍ଟରକୁ ଯିବାକୁ ହେଲେ ସୁରେଜଙ୍କୁ ସୁପର ଶୋ କରିବାକୁ ପଡିବ ।

ନକ୍ଆଉଟ ରାଉଣ୍ଡର ଆଜିର ମୁକାବିଲାରେ ଲାଟିନ୍ ଆମେରିକା ବନାମ ୟୁରୋପ ମଧ୍ୟରେ ହେବାକୁ ଥିବା ଟକ୍କର ଉପରେ ଫୁଟବଲ ପ୍ରେମୀଙ୍କ ନଜର।

Comments
Loading...