ଜଉନା ମୁର୍ମୁଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର : ଜାତୀୟ ସିନିୟର ଆଥ୍‌ଲେଟିକ୍ ଚାମ୍ପିଅନ୍ସିପ୍‌ରେ ଜଉନା ମୁର୍ମୁଙ୍କୁ ସ୍ୱର୍ଣ୍ଣ ପଦକ।  ୪୦୦ ମିଟର ମହିଳା ହର୍ଡଲ୍ସରେ ମିଟ୍ ରେକର୍ଡ ସହ ସେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।  ଏହି ବିଜୟ ସହ ଜାକର୍ତ୍ତାରେ ହେବାକୁ ଥିବା ଆସନ୍ତା ଏସିଆନ୍ ଗେମ୍ସ ପାଇଁ ସେ ଯୋଗ୍ୟତା ହାସଲ କରିଛନ୍ତି।

ସେହିପରି ଜାକର୍ତ୍ତା ଏସିଆନ୍ ଗେମ୍ସ ଲାଗି ଦୂତି ଚାନ୍ଦ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୌହାଟି ଆଥ୍‌ଲେଟିକ୍ ଚାମ୍ପିଅନ୍ସିପ୍‌ର ପ୍ରଦର୍ଶନ ଭିତ୍ତିରେ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ଚମ୍ପିଅନ୍ସିପ୍‌ରେ ୨୦୦ ମିଟର ଦୌଡ଼କୁ ୨୩.୪୬ ସେକେଣ୍ଡରେ ଅତିକ୍ରମ କରିଥିଲେ ଦୂତି। ଏସିଆନ୍ ଗେମ୍ସ ଲାଗି ଯୋଗ୍ୟତାର ମାପଦଣ୍ଡ ଥିଲା ୨୩.୫୦ ସେକେଣ୍ଡ। ଏହାସହ ଜିମ୍ନାଷ୍ଟିକରେ ରାକେଶ ପାତ୍ର ଏବଂ ନୌକା ଚାଳନାରେ ସଂଜୁକ୍ତା ଡୁଙ୍ଗଡୁଙ୍ଗ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

Comments
Loading...