ପାକିସ୍ତାନରେ ହଟଚମଟ: ଇମ୍ରାନ୍ ଖାନଙ୍କୁ ସମଲିଙ୍ଗୀ କହିଲେ ପୂର୍ବତନ ପତ୍ନୀ ରେହମ୍

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ସମୟର ରାଜନେତା ଇମ୍ରାନ୍ ଖାନଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ତାଙ୍କର ପୂର୍ବତନ ପତ୍ନୀ ରେହମ ଖାନ୍ । ପ୍ରଥମେ ଯୌନ ଉତ୍ପୀଡନ ଭଳି ଅଭିଯୋଗ ଆଣିଥିବା ରେହମ ତାଙ୍କର ପୁସ୍ତକରେ ଲେଖଛନ୍ତି ଇମରାନ ଜଣେ ସମଲିଙ୍ଗୀ ।

ସେ ଲେଖିଛନ୍ତି ପାକିସ୍ତାନ ତେହେରିକ ଇ ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ୍ ଦଳର ମିଡିଆ ସଂଯୋଜକ ଅନିଲା ଖ୍ୱାଜାଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କ ସହ ସମଲିଙ୍ଗୀ ଯୌନ ସମ୍ପର୍କ ରଖିଛନ୍ତି  । ରେହମଙ୍କର ଆତ୍ମଜୀବନୀ ପୁସ୍ତକ ‘ରେହମ୍ ଖାନ୍’ ପାଣ୍ଡୁଲିପିର କିଛି ଅଂଶ ଅନଲାଇନରେ ଲିକ ହେବା ପରେ ଏହି ବିବାଦ ଦେଖା ଯାଇଛି I

ପାକିସ୍ତାନୀ ଗଣମାଧ୍ୟମରେ ରେହମଙ୍କ ଅଭିଯୋଗ ନେଇ ଏକ ଖବର ପ୍ରକାଶ ପାଇଛି।  ରେହମ୍ ତାଙ୍କ ପୁସ୍ତକରେ ଦର୍ଶାଇଛନ୍ତି ଯେ ତାଙ୍କ ପୂର୍ବତନ ସ୍ୱାମୀ ଇମ୍ରାନ୍ ଖାନ୍, ପାକିସ୍ତାନୀ ଅଭିନେତା  ହମଜା ଅଲ୍ଲୀ ଅବ୍ବଶି ଏବଂ ତେହେରିକ ଇ ଇନସାଫ ପାର୍ଟିର ସଦସ୍ୟ ମୁରାଦା ସୟଦ ସମଲିଙ୍ଗୀ ।  ଏହି ତିନିଜଣଙ୍କ ମଧ୍ୟରେ ଅନୈତିକ ଯୌନ ସମ୍ପର୍କ ରହିଛି । ଏହି ଘଟଣା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଇମ୍ରାନ୍ ଖାନ୍ ଓ ହମଜାଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ । ଅନ୍ୟପକ୍ଷରେ ମୁରାଦା ସୟଦ ଏହାକୁ ଖଣ୍ଡନ କରିଛନ୍ତି ଏବଂ ଟ୍ୱିଟ୍‌ ଯୋଗେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି ।

ସେହିପରି ରେହମ ଏହା ପୂର୍ବରୁ ଇମ୍ରାନଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ମଧ୍ୟ ଆଣି ସାରିଛନ୍ତି । ରେହମଙ୍କ ପୁସ୍ତକର କିଛି ଭାଗ ସୋସିଆଲ ମିଡିଆରେ ଲିକ୍ ହେବା ପରଠାରୁ ହିଁ ସେ ବିବାଦଘେରକୁ ଆସିଛନ୍ତି। ଅନ୍ୟ ପକ୍ଷରେ ପାକିସ୍ତାନୀ କ୍ରିକେଟର ଓ୍ୱାସିମ୍ ଆକ୍ରମଙ୍କ ବିରୋଧରେ ମଧ୍ୟ ସେ ତାଙ୍କ ପୁସ୍ତକରେ ଲେଖିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ ଓ୍ୱାସିମ୍ ତାଙ୍କ ପତ୍ନୀଙ୍କୁ ଜଣେ କଳା ମଣିଷ ସହିତ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ ଓ ନିଜେ ସେହି ଦୃଶ୍ୟ ଦେଖିଥିଲେ ।  ଯାହା ପରେ ରେହମ୍ ଓ ଓ୍ୱାସିମଙ୍କ ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି ।ImranKhan

ସୂଚନାଯୋଗ୍ୟ, ରେହମ୍ ଖାନ୍ ଓ ଇମ୍ରାନ ଖାନଙ୍କ ମଧ୍ୟରେ 2015 ଜାନୁଆରୀରେ ବିବାହ ହୋଇଥିଲା I ଉଭୟଙ୍କ ଦାମ୍ପତ୍ୟ ଗୋଟିଏ ବର୍ଷ ମଧ୍ୟ ତିଷ୍ଠି ନ ଥିଲା I ନଭେମ୍ବର ମାସରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା । ନିର୍ବାଚନ ପୂର୍ବରୁ ରେହମ ଖାନଙ୍କ ଅଭିଯୋଗ ଇମ୍ରାନ ଖାନଙ୍କୁ ଅଡୁଆରେ ପକାଇବ ବୋଲି ପାକ ଗଣ ମାଧ୍ୟମରେ ଚର୍ଚ୍ଚା ହେଉଛି ।

Comments
Loading...