ରବିବାର ଫାଇନାଲରେ ଫ୍ରାନ୍ସ-କ୍ରୋଏସିଆ ଟକ୍କର

ଭୁବନେଶ୍ୱର: ଫିଫା ବିଶ୍ୱକପ୍‌ରେ ଚଳିତ ବର୍ଷ ପ୍ରଥମଥର ପାଇଁ ଫାଇନାଲରେ ପହଞ୍ଚିଛି କ୍ରୋଏସିଆ। ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି।

ଫଳରେ ୧୯୬୬ରେ ବିଶ୍ୱକପ୍ ବିଜୟୀ ହୋଇଥିବା ଇଂଲଣ୍ଡର ଦ୍ୱିତୀୟ ବିଶ୍ୱକପ୍ ଜିତିବା ଆଶା ମଉଳି ଯାଇଛି। ୬୭ ମିନିଟ୍ ଧରି ପଛୁଆ ରହିବା ପରେ ନିର୍ଦ୍ଧାରିତ ୯୦ ମିନିଟ୍ ଖେଳକୁ ୧-୧ରେ ଶେଷ କରିଥିଲା କ୍ରୋଏସିଆ। ହେଲେ ଅତିରିକ୍ତ ସମୟରେ ବାଜି ମାରି ନେଇଥିଲା। ୧୦୯ ମିନିଟ୍‌ରେ ମାରିଓ ମଣ୍ଡଜୋକିଙ୍କ ଗୋଲ୍ ବଳରେ କ୍ରୋଏସିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଥିଲା। ଏଥିସହ ଚଳିତ ବିଶ୍ୱକପ୍‌ରେ କ୍ରୋଏସିଆ ଲଗାତାର ତୃତୀୟଥର ପାଇଁ ଅତିରିକ୍ତ ସମୟରେ ବିଜୟୀ ହେବା ସହିତ ଟୁର୍ଣ୍ଣାମେଣ୍ଟ୍‌ରେ ଷଷ୍ଠ ଥର ବିଜୟ ହାସଲ କରିଛି। ଆସନ୍ତା ରବିବାର ଖେଳାଯିବାକୁ ଥିବା ମେଗା ଫାଇନାଲରେ ଫ୍ରାନ୍ସ ଓ କ୍ରୋଏସିଆ ମଧ୍ୟରେ କଡ଼ା ଟକ୍କର ହେବ।

Comments
Loading...