ଯୌତୁକ ପାଇଁ ବୋହୂକୁ ଜାଳିଦେଲେ

ଖୋର୍ଦ୍ଧା: ଯୌତୁକ ପାଇଁ ବୋହୂକୁ ନିଆଁରେ ପୋଡ଼ି ହତ୍ୟା ଅଭିଯୋଗ । ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଡିଙ୍ଗତ୍ରୟ ଗାଁରେ। ଗାଁର କାଳିକା ସାହିର ରବି ବାରିକ,ତାଙ୍କ ସ୍ତ୍ରୀ ଓ ପୁଅ ସହ ମିଶି ବୋହୂକୁ ଯୌତୁକ ପାଇଁ କିରାସିନି ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ମହିଳା ଜଣକ ଯେଉଁ ବୟାନ ଦେଇଛନ୍ତି ତାହା ଅତ୍ୟନ୍ତ ଲୋମଟାଙ୍କୁରା। ସେ କହିଥିଲେ, ତାଙ୍କ ସ୍ୱାମୀ ଓ ଶାଶୂ ଏକ ବନ୍ଦ କୋଠରୀରେ ତାଙ୍କୁ ଜୋରଜବରଦସ୍ତ ଅଟକାଇ ରଖିଥିଲେ। ଏହି ସମୟରେ ଶ୍ୱଶୂର ରବି ବାରିକ ତାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇ ଥିଲେ।

ସେପଟେ ମହିଳାଙ୍କ ବାପା ମାଆ ବେଗୁନିଆଁ ଥାନାରେ ଅଭିଯୋଗ କରିଥିବାବେଳେ ଗତକାଲି ଖୋର୍ଦ୍ଧା ଏସ୍‌ପିଙ୍କୁ ମଧ୍ୟ ଭେଟିବାକୁ ଆସିଥିଲେ।

Comments
Loading...