ଗାଁରେ ଚୋରା ମଦ ଗାଡ଼ି ଦେଖି ତାତିଲେ ମହିଳା

ଚାନ୍ଦବାଲି: ଚୋରା ମଦ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିବା ସାଙ୍ଗକୁ ଲକ୍ଷାଧିକ ଟଙ୍କାର ବିଦେଶୀ ମଦକୁ ରାସ୍ତାରେ ଢାଳି ଦେଲେ ଉତ୍ତ୍ୟକ୍ତ ମହିଳା ।

ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା କରଣପଲ୍ଲୀରେ। ସୂଚନା ଅନୁସାରେ ବାସୁଦେବପୁରରୁ ଧାମରା ଆଡ଼କୁ ଏକ ଗାଡ଼ିରେ ଚୋରା ମଦ ଯାଉଥିବା ଖବର ପାଇ ସେମାନଙ୍କର ପିଛା କରିଥିଲା ନାୟକାଣ୍ଡି ଥାନା ପୁଲିସ। ପୁଲିସଠାରୁ ବର୍ତ୍ତିବା ପାଇଁ ମଦ ବୋଝେଇ ଗାଡ଼ିଟି କରଣପଲ୍ଲୀ ଗାଁରେ ପଶିଯାଇଥିଲା।

ଗାଡ଼ି ଭର୍ତ୍ତି ବିଦେଶୀ ମଦ ଦେଖି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ମହିଳା ଓ ପୁରୁଷମାନେ ଏକଜୁଟ ହୋଇ ସବୁ ମଦକୁ ରାସ୍ତାରେ ଢାଳି ଦେଇଥିଲେ। ଗାଡ଼ିକୁ ବି ଭଙ୍ଗାରୁଜା କରିଥିଲେ। ଠିକ୍ ସେହି ସମୟରେ ପୁଲିସ ସେଠାରେ ପହଞ୍ଚିଥିଲା। ବାଂଶଡ଼ା ପୁଲିସ ଗାଡ଼ିକୁ ଜବତ କରି ଡ୍ରାଇଭରକୁ ଅଟକ ରଖି ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Comments
Loading...