• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଟକ : ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ପାଠପଢା। କଟକର ନିଶ୍ଚିନ୍ତକୋଇଲି ପ୍ରାଥମିକ ବିଦ୍ୟାଳୟରେ କେଉଁଠି ଅାଜବେଷ୍ଟସ ଫାଟି ଆଁ କରିଛି ତ ଅାଉ କେଉଁଠି କବାଟ ଝରକା ନାହିଁ। କେତେବେଳେ ଯେ ଛାତ ଖସିପଡି ଅଘଟଣ ଘଟିବ ତାହା କହିବା ମୁସ୍କିଲ।  ଅାଉ ବର୍ଷା ହେଲେ କଥା ସରିଲା। ସ୍କୁଲ ଭିତରେ ଜମେ ଅାଣ୍ଠୁଏ ଉଚ୍ଚର ପାଣି। ସ୍କୁଲର ୬ଟି ଗୃହରୁ ୪ଟି ସଂପୂର୍ଣ୍ଣ ବିପଦସଙ୍କୁଳ ଥିବାରୁ ୨ଟି ଗୃହରେ ଚାଲିଛି ୫ ଟି ଶ୍ରେଣୀ। ସ୍କୁଲର ଦୁରାବସ୍ଥା ନେଇ ବାରମ୍ବାର ଜଣାଇଥିଲେ ମଧ୍ୟ ଫଳ ଶୂନ। ତେବେ ଖୁବ୍ ଶୀଘ୍ର ଉଚ୍ଚ ପଦାଧିକାରୀ ଏବଂ ପଂଚାୟତକୁ ଅବଗତ କରାଯିବ ବୋଲି କହିଛନ୍ତି ବ୍ଲକ ଶିକ୍ଷାଧିକାରୀ।

ସେହି ସମାନ ଅବସ୍ଥା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ମା ବାଟୁଳେଇ ଉଚ୍ଚ ବିଦ୍ୟାଳୟର। ୧୯୯୯ ବାତ୍ୟାରେ ସ୍କୁଲଟି ଭାଙ୍ଗି ଯିବା ପରଠାରୁ ବାତ୍ୟା ଅାଶ୍ରୟସ୍ଥଳୀରେ ଚାଲିଛି ପାଠପଢା। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ତାହା ମଧ୍ୟ ଭାଙ୍ଗିରୁଜି ଗଲାଣି। ପିଲାର୍‌ ଫାଟି ଆଁ କରିଥିବାବେଳେ କେବେ ବି ଭୁଶୁଡି ଯାଇପାରେ ।

ଫଳରେ ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି ପିଲାମାନେ। ସେପଟେ ସ୍କୁଲର ମରାମତି ନେଇ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ବୈଠକରେ ନିଷ୍ପତ୍ତି ନିଅାଯାଇଛି।

Unsafe-schools-otv-ground-report-from-cuttack-and-puri-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories