ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀର ଅବସ୍ଥା ବେହାଲ ହୋଇଯାଇଛି। ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଛି। ଇସ୍କନ ମନ୍ଦିର ସାମ୍ନାରେ ବର୍ଷା ପାଣିର ସୁଅ ଛୁଟୁଛି। ଏଥିପାଇଁ ଯାତାୟାତ ସମ୍ପୂର୍ଣ ଠପ୍ ହୋଇପଡ଼ିଛି। ଇସ୍କନ୍ ନିକଟରେ ପାଣି ଏତେ ଜମି ରହିଛି ଯେ, ଗୋଟିଏ ଯାତ୍ରୀବାହୀ ବସ୍ ଫସି ରହିଥିଲା। ପରେ ଓଡ୍ରାଫ୍ ଟିମ୍ ସହାୟତାରେ ପମ୍ଫ ଲଗାଇ ରାସ୍ତାରୁ ଜଳସ୍ତର ହ୍ରାସ କରି ବସ୍କୁ ଉଦ୍ଧାର କରାଯାଇଛି।
ଜୟଦେବ ବିହାରରେ ମଧ୍ୟ ସ୍ଥିତି ସଙ୍ଗୀନ ହୋଇଛି। ନୟାପଲ୍ଲୀ ବେହେରା ସାହିରେ ରାସ୍ତାରେ ପାଣିର ସୁଅ ଛୁଟିଥିବା ବେଳେ ଲୋକଙ୍କ ଘରେ ପାଣି ପଶିଛି। ଏଥିପାଇଁ ଲୋକେ ବହୁତ ହଇରାଣ ହୋଉଛନ୍ତି।
ସାମନ୍ତରାପୁର ଅଞ୍ଚଳରେ ମଧ୍ୟ କେତେକ ଲୋକଙ୍କ ଘରେ ପାଣି ପଶିଛି। ଗୌରୀ ଗାର୍ଡନ୍ରେ ଲୋକଙ୍କ ଘରେ ପାଣି ପଶିଛି । ତେଣୁ ପାଣି ପମ୍ପ ଲଗାଯାଇ ରାସ୍ତାରୁ ପାଣି ହଟାଇବା ପାଇଁ ଉଦ୍ୟମ କରୁଛନ୍ତି ଲୋକେ ।
[caption id="attachment_16689" align="aligncenter" width="750"] ସାମନ୍ତରାପୁର ଗୌରୀ ଗାର୍ଡନ୍ର ଅବସ୍ଥା[/caption]
[caption id="attachment_16690" align="aligncenter" width="677"] ଗୌରୀ ଗାର୍ଡନ୍ରେ ଲୋକଙ୍କ ଘରେ ପାଣି ପଶୁଥିବାରୁ ପାଣି ପମ୍ପ୍ ଲଗାଯାଇ ରାସ୍ତାରୁ ଜଳ ନିଷ୍କାସନ ଉଦ୍ୟମ କରାଯାଉଛି[/caption]