ଦୁଇଟି କୋଠରୀରେ ରହୁଛନ୍ତି ୭୭ ନର୍ସିଂ ଛାତ୍ରୀ

କେନ୍ଦୁଝର: ରୋଗୀଙ୍କ ସେବା ପାଇଁ ନର୍ସିଂ ତାଲିମ ନେଉଥିବା ଛାତ୍ରୀଙ୍କ ଜୀବନ ଏବେ ବିପଦରେ। କେନ୍ଦୁଝର ସରକାରୀ ହେଲ୍‌ଥ କେୟାର ଟ୍ରେନିଂ ସେଣ୍ଟରର ଛାତ୍ରୀଙ୍କୁ ଭବିଷ୍ୟତରେ ସ୍ୱାସ୍ଥ୍ୟ ସେବାରେ ଯୋଗ ଦେବାକୁ ଛାତ୍ରୀମାନେ ଟ୍ରେନିଂ ନେଉଛନ୍ତି। ହେଲେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି ତାଲିମ। କ୍ଲାସ୍‌ରୁମର ଅବସ୍ଥା ଖରାପ ଥିବାରୁ ବାହାରେ ସେମାନଙ୍କୁ ପାଠ ପଢ଼ାଯାଉଛି। ହଷ୍ଟେଲ ଅବସ୍ଥା ମଧ୍ୟ ଖରାପ।

୨ଟି କୋଠରୀରେ ରହୁଛନ୍ତି ୭୭ ଜଣ ଛାତ୍ରୀ। ଶିକ୍ଷାନୁଷ୍ଠାନର ୯ଟି କୋଠରୀ ମଧ୍ୟରୁ ୬ଟି କୋଠରୀ ସମେତ ମୁଖ୍ୟ କାର୍ଯ୍ୟାଳୟ, ରୋଷେଇ ଘର ଓ ଡାଇନିଂ ହଲ୍‌ ପୂର୍ତ୍ତ ବିଭାଗ ବହୁ ଦିନରୁ ଅସୁରକ୍ଷିତ ଘୋଷଣା ହୋଇଛି।

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ୧୯୬୭ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ଅନୁଷ୍ଠାନ। କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଅଣଦେଖା ମନୋଭାବ ଯୋଗୁଁ ଏହି ଅନୁଷ୍ଠାନର ଅବସ୍ଥା ଜରାଜୀର୍ଣ୍ଣ ହୋଇ ଗଲାଣି। ଗତ ଏପ୍ରିଲ ମାସରେ ପୂର୍ତ୍ତ ବିଭାଗ କୋଠାଗୁଡ଼ିକୁ ବିପଦ ସଂକୁଳ ବୋଲି ଘୋଷଣା କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଫଳ ଶୂନ ବୋଲି ଅଧ୍ୟକ୍ଷ କହିଛନ୍ତି।

Comments
Loading...