ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ପାଇଁ ଦାବି

ଭୁବନେଶ୍ୱର : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ପାଇଁ ଦାବି। ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ। ବୈଜୟନ୍ତ ଇମ୍ଫା କଂପାନୀରୁ ଦରମା ଆକାରରେ ୧୨ କୋଟି ନେଇଛନ୍ତି ଏବଂ ତାହା ସେ ନିଜ ସତ୍ୟପାଠରେ ଦର୍ଶାଇ ନାହାନ୍ତି ବୋଲି ଧ୍ରୁବ ଅଭିଯୋଗ କରିଛନ୍ତି।

୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ ନେଇ ପୂର୍ବରୁ ଟାଙ୍ଗି ଅଞ୍ଚଳର ଜଣେ ବ୍ୟକ୍ତି କେନ୍ଦ୍ରାପଡା ଏସ୍‌ଡିଜିଏମ୍ କୋର୍ଟରେ ମାମଲା ଦାୟର କରିଥିଲେ। କୋର୍ଟ ତାକୁ ଗ୍ରହଣ କରି ଆସନ୍ତା ୧୬ ତାରିଖରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ତେଣୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବୈଜୟନ୍ତଙ୍କୁ ବହିଷ୍କାର କରାଯାଉ ବୋଲି ଦାବି କରିଛନ୍ତି ଧ୍ରୁବ।

 

Comments
Loading...