ମନ୍ଦିର ବାହାଘର ବେଳେ ଦୁଇ ବରଯାତ୍ରୀ ଦଳ ଭିତରେ ସଙ୍ଘର୍ଷ

କେନ୍ଦୁଝର: ଆନନ୍ଦପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୫ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ସୁନ୍ଦରାପାଳ ନିକଟରେ ଥିବା ମା’ ଗଡ଼ଚଣ୍ଡୀ ପୀଠରେ। ବିବାହ ଉତ୍ସବକୁ ନେଇ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି।

ସୂଚନା ଅନୁସାରେ ସୁନ୍ଦରାପାଳ ଗାଁରେ ଦୁଇଟି ବିବାହ ହେଉଥିଲା। କୌଣସି କାରଣକୁ ନେଇ ଦୁଇ ବରଯାତ୍ରୀ ଦଳ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ଏହା ପରେ ବଚସା ସଂଘର୍ଷର ରୂପ ନେଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । ଏଥିରେ ଆହତ ୫ ଜଣ ଆହତ ହୋଇଥିଲେ। ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ୨ ଜଣଙ୍କୁ ଅଟକ ରଖିଛି ।

Comments
Loading...