କଟକ: ମାଛ ମାର୍କେଟ୍ରେ CMC ଫୁଡ୍ ଇନ୍ସପେକ୍ଟର ଚଢ଼ଉ କରିଛନ୍ତି। ସହରର ବିଭିନ୍ନ ମାଛ ବଜାର ଓ ମାଛ ଗୋଦାମରେ ଏହି ଚଢ଼ାଉ କରାଯାଇଛି। କଟକ କୃଷକ ବଜାର, ସେମିନାର୍ ଛକ, ପ୍ରେସ ଛକ ସ୍ଥିତ ମାଛ ମାର୍କେଟ୍ରେ ଚଢ଼ଉ କରାଯାଇଛି। ସେପଟେ ରାତିରେ ଆନ୍ଧ୍ରରୁ ଗୋଦାମକୁ ଆସୁଥିବା ମାଛ ଗାଡ଼ିରେ ଚଢ଼ଉ କରାଯାଇଛି। ମାଛରେ ଫର୍ମାଲିନ୍ ଥିବା ସନ୍ଦେହରେ ଏହି ଚଢ଼ଉ କରାଯାଉଛି। ଚଢ଼ଉ ବେଳେ ୮ ପ୍ରକାର ମାଛର ନମୂନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ଷ୍ଟେଟ୍ ଫୁଡ୍ ଲ୍ୟାବକୁ ପଠାଇଦିଆଯାଇଛି।
ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଚଢ଼ଉ କରାଯାଇଥିଲା। ୪ ନମ୍ବର ମାର୍କେଟ୍ରେ ଏକ ପମ୍ଫ୍ରେଟ୍ ମାଛ ନମୂନାରୁ ଫର୍ମାଲିନ୍ ଥିବା ଜଣାପଡିଥିଲା। ଏହି ଘଟଣା ପରେ ଆଜି କଟକର ବିଭିନ୍ନ ବଜାରରେ CMC ଚଢ଼ଉ କରିଛି। ଆନ୍ଧ୍ରମାଛରେ ଫର୍ମାଲିନ୍ ଥିବା ଜଣାପଡିବା ପରେ ଆସାମରେ ଆନ୍ଧ୍ର ମାଛ ବିକ୍ରିକୁ ବ୍ୟାନ୍ କରିଛନ୍ତି ଆସାମ ସରକାର।