• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବରଗଡ଼  : ବରଗଡ଼ ପାଇକମାଳରେ ମୃତ ଘୋଷିତ ଯୁବକ ଜୀବନ୍ତ ଫେରିବା ଘଟଣାରେ କ୍ରାଇମବ୍ରାଞ୍ଚ ଏଡିଜି ଓ ବରଗଡ଼ ଜିଲ୍ଲାପାଳଙ୍କୁ ନୋଟିସ୍‌। OHRC ଏହି ନୋଟିସ ଜାରି କରିଛନ୍ତି । ୬ ସପ୍ତାହ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ADGଙ୍କୁ ନିର୍ଦ୍ଦେଶ ଦେଇଛନ୍ତି OHRC। ସେହିପରି ସଂପୃକ୍ତ ଯୁବକଙ୍କ ମାନସିକ ଚିକିତ୍ସା କରାଇବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ପୀଡ଼ିତ ଯୁବକ ଏବଂ ଗିରଫ ୨ ଯୁବକଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଚିକିତ୍ସା ଓ କ୍ଷତିପୂରଣ ପାଇଁ ବରଗଡ଼ ଜିଲ୍ଲାପାଳଙ୍କୁ OHRC ନିର୍ଦ୍ଦେଶ ଦେଇଛନ୍ତି।

୩ ଜଣ ମାନବାଧିକାର କର୍ମୀଙ୍କ ଆବେଦନ ଉପରେ ଶୁଣାଣି କରି OHRC ଏହି ନିର୍ଦ୍ଦେଶ ଦେଇଛନ୍ତି। ବରଗଡ଼ ଜିଲ୍ଲା ପାଇକମାଳ ଥାନା ପିପିଲିପାଲି ଗାଁର ଜିତୁ ଡନ୍‌ସେନା ନାମକ ଜଣେ ବ୍ୟକ୍ତି ୨୦୧୬ ଡିସେମ୍ବର ୨୫ରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ତଦନ୍ତ ପରେ ପୋଲିସ କହିଥିଲା। କିନ୍ତୁ ଘଟଣାର ଦେଢ଼ ବର୍ଷ ପରେ ଘରକୁ ଫେରିଥିଲେ ମୃତ ଘୋଷିତ ଯୁବକ।

ଜିତୁଙ୍କୁ ହତ୍ୟା କରିବା ଅଭିଯୋଗରେ ବରଗଡ଼ର ହଲୁ ଗୁଲ୍ଲା ଓ ରାଘବ ନାଏକଙ୍କୁ ଗିରଫ କରିଥିଲା ପୋଲିସ। ପ୍ରାୟେ ବର୍ଷେ ଜେଲ୍‌ରେ ରହିବା ପରେ ଉଭୟେ ଜାମିନରେ ଆସିଥିଲେ। ଫେରିବା ପରେ ଜିତୁ କହିଥିଲେ ଯେ ଲୁଟ୍‌ର ଶିକାର ହେବା ପରେ ସେ ଭୁଲରେ ବରଗଡ଼ରୁ ଦିଲ୍ଲୀ ଓ, ତା ପରେ ଦିଲ୍ଲୀରୁ କୋଲକାତା ପଳାଇଥିଲେ। କିଛି ଦିନ ତଳେ ସେ ଘରକୁ ଫୋନ୍ କରିବାରୁ ପରିବାର ଲୋକେ କୋଲକାତା ଯାଇ ଜିତୁଙ୍କୁ ଘରକୁ ଆଣିଥିଲେ।

 

 

Dead-man-returned-in-paikamala-baragarh
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories