କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ବିରୋଧ

ଭୁବନେଶ୍ୱର : ରାଜଧାନୀରେ ବିଶାଳ ଚାଷୀ ଧାରଣା। କଂଗ୍ରେସ ଆହ୍ୱାନରେ ଲୋୟର ପିଏମଜିରେ ଧାରଣା ଦିଆଯାଇଛି। କୃଷିଋଣ ଛାଡ଼ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଛି। ଏଥିସହ ଧାନର ଏମ୍ଏସପି ବୃଦ୍ଧି, ଚାଷୀଙ୍କୁ ବୋନସ୍, ପେନସନ, ବୀମା ଟଙ୍କା ପ୍ରଦାନ ଓ ରବି ଫସଲ ପାଇଁ ସହାୟତା ଦାବିରେ ଧାରଣା ଦେଇଛି କଂଗ୍ରେସ।

ଦଳ ଅଭିଯୋଗ କରିଛି ମୋଦି ସରକାର ଉତ୍ପାଦନ ଖର୍ଚ୍ଚକୁ କମ୍ ଦେଖାଇ MSP ନିର୍ଦ୍ଧାରଣ କରିଛନ୍ତି।  ଏହା ଚାଷୀଙ୍କ ପ୍ରତି ଚରମ ବିଶ୍ୱାସଘାତକତା ବୋଲି କୁହାଯାଇଛି।

Comments
Loading...