• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବସ୍ତାଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ

  • ୬ ଦଶମିକ ୬୪ ମିଟରରେ ପ୍ରବାହିତ ହେଉଛି ଜଳ

  • ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି

ବାଲେଶ୍ୱର : ବାଲେଶ୍ୱର ଜଳକା ନଦୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ ।  ବସ୍ତାଠାରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି  । ୬ ଦଶମିକ ୬୪ ମିଟରରେ ବ ଜଳ ପ୍ରବାହିତ ହେଉଛି ।  ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲିଛି । ମଥାନୀ ରାସ୍ତା ବୁ଼ଡିଥିବା ବେଳେ ଶହ ଶହ ଏକ ଜମିରେ ପାଣି ଜମି ରହିଛି । ଜଳକା ବନ୍ୟାରେ ୧୨ ପଞ୍ଚାୟତର ୫୦ ଗାଁ ଜଳମଗ୍ନ ହୋଇଛି ।

ସେହିପରି ବାଲିଆପାଳ ବ୍ଲକର ୫ଟି ପଂଚାୟତ ପାଣି ଘେରରେ । ଆଜି ସୁବର୍ଣ୍ଣରେଖା ନଦୀରେ ବନ୍ୟାପାଣି ଆସିବା ପରେ ସ୍ଥିତି ଅଧିକ ସଙ୍ଗୀନ ହୋଇପଡିଛି । ରାଜଘାଟଠାରେ ବିପଦସଙ୍କେତ ୯.୪୫ମିଟର ଥିବା ବେଳେ ସକାଳ ୭ଟା ସୁଦ୍ଧା ୯.୫୦ମିଟର ଉପରେ ଜଳସ୍ତର ରହିଥିଲା । ପୂର୍ବରୁ ଅନେକ ଗାଁ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ବନ୍ୟାପାଣି ଆସି ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢିଯାଇଛି । ବାଲିଆପାଳ ବ୍ଲକର ୨୦ଟି ଗାଁରେ ବନ୍ୟାପାଣି ପଶିଛି ।

ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ଶହ ଶହ ହେର ଚାଷଜମି ଜଳମଗ୍ନ ହୋଇଯାଇଛି । ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ଜାମକୁଣ୍ଡା, ମଧୁପୁରା ପଂଚାୟତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସେପଟେ ଭୋଗରାଇ ବ୍ଲକର ଗବଗା, କୁସୁଡା, ନହରା, ନାଚିନ୍ଦ ପଂଚାୟତର ଲୋକମାନେ ପାଣି ଘେରରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଓ ଯାତାୟତ ପାଇଁ ୧୦ଟି ଡଙ୍ଗା ମୁତୟନ କରାଯାଇଛି ।

 

ଅନ୍ୟପଟେ ଲଘୁଚାପଜନିତ ବର୍ଷାରେ ବନ୍ୟାପାଣି ଆସି ଫୁଲି ରହିଛି ନଦୀ । ନଦୀରେ ଜଳ ନିଷ୍କାସନ ସମସ୍ୟା ସୃଷ୍ଟି ହୋଇଛି । କେନ୍ଦ୍ରାପଡା ଅଂଚଳରେ ଚାଷୀଙ୍କ ମଧ୍ୟରେ ତେଜିଲାଣି ଅସନ୍ତୋଷ ଚାଷ । କ୍ଷେତରେ ଲହଡି ଭାଙ୍ଗୁଛି ପାଣି । ଜମିରେ ପାଣି ଜମି ରହିଥିବାରୁ ଚାଷ ଉଜୁଡିବାକୁ ବସିଲାଣି ।

ଏହାକୁ ନେଇ ଜମିରୁ ବର୍ଷା ପାଣି ନିଷ୍କାସନ କରିବା ଦାବିରେ ଚାଷୀ ମାନେ ଏକାଠି ହୋଇ ସ୍ୱର ଉତ୍ତୋଳନ କରିଛନ୍ତି । ଦୁଇ ସପ୍ତାହରୁ ଅଧିକ ସମୟ ଧରି ବର୍ଷା ପାଣି ଜମି ରହିବା ଯୋଗୁ ଶହ ଶହ ଏକର ଚାଷଜମି ଉଜୁଡିଯିବାକୁ ବସିଛି । ପାଟନାଳୀରେ ଦଳ ଭର୍ତ୍ତି ହୋଇ ରହିବା ଯୋଗୁଁ କେନ୍ଦ୍ରାପଡା ଓ ଡେରାବିଶ ଗରଦପୁର ମାର୍ଶାଘାଇ ବ୍ଲକର ଚାଷ ଜମିରୁ ପାଣି ନିଷ୍କାସନ ହୋଇ ପାରୁନାହିଁ । ଜିଲ୍ଲା ପ୍ରଶାସନ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହିତ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଚାଷୀ ଦାବି କରିଛନ୍ତି ।