• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଆସୁଛି ବାତ୍ୟା

  • ୭ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା ଓ ପବନ ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରିରେ ଅଧିକ ପ୍ରଭାବ ପଡ଼ିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଆସନ୍ତାକାଲି ଓ ପରଦିନ ୨୭ ତାରିଖରେ ବର୍ଷା ପରିମାଣ ଅଧିକ ରହିବ। ତେବେ ବାତ୍ୟା ନେଇ ଗତକାଲିଠାରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏନେଇ ୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ସହ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଜାରି ରହିଛି ବୋଲି ଏସ୍ଆରସି କହିଛନ୍ତି। ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ସହ ନୟାଗଡ଼ରେ ଓଡ୍ରାଫ୍ ଓ NDRF ମୁତୟନ କରାଯିବ। ଓଡ୍ରାଫର ୪୨ ଓ NDRFର ୨୪ଟି ଟିମ୍ ଓ ୧୦୨ଟି ଅଗ୍ନଶମ ବାହିନୀ ମୁତୟନ କରାଯିବ ବୋଲି ଏସ୍ଆରସି କହିଛନ୍ତି।

ଗଜପତିରେ ୬ ଓଡ୍ରାଫ୍, ୪ ଏନଡ଼ିଆରଏଫ୍, ରାୟଗଡ଼ାରେ ୬ ଓଡ୍ରାଫ୍ ଓ ୪ ଏନଡ଼ିଆରଏଫ୍,, ମାଲକାନଗିରିରେ ୬ଟି ଓଡ୍ରାଫ୍ ଓ ୨ଟି ଏନଡ଼ିଆରଏଫ୍,, ନବରଙ୍ଗପୁରରେ ୨ଟି ଓଡ୍ରାଫ୍, ନୟାଗଡ଼ରେ ୪ ଓଡ୍ରାଫ୍ ଟିମ୍ ରହିବେ। ତେବେ ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନରେ ଫ୍ଲାସ୍ ଫ୍ଲଡ ହୋଇପାରେ। ଋଷିକୂଲ୍ୟା, ନାଗାବଳୀ ଓ ବଂଶଧାରାରେ ବନ୍ୟା ଆସିପାରେ। ତେବେ ସମ୍ଭାବ୍ୟ ବାତ୍ୟା ତିତଲି ଭଳି ହେବ ବୋଲି ଅନୁମାନ କରାଯାଉଛି। ଏଣୁ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ହୋଇପାରେ ବୋଲି ଏସ୍ଆରସି କହିଛନ୍ତି।

ସୂଚନା ଅନୁସାରେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଧିରେ ଧିରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । ଆଜି ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାପରେ ସ୍ଥଳଭାଗ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ଗଭୀର ଅବପାତଦକ୍ଷିଣ ଓଡ଼ିଶାର ଗୋପାଳପୁର ଠାରୁ ୪୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି । ଆସନ୍ତାକାଲି ଗୋପାଳପୁର-ମଛଲିପଟ୍ଟନମ ମଝିରେ ଏହା ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ରହିବ ଘଣ୍ଟାକୁ ୬୫ରୁ ୭୫ କିଲୋମିଟର । ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।