• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • କାଲିଠୁ ବର୍ଷା

  • ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବାତ୍ୟା ଗୁଲାବ ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଆଗାମୀ ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ। ପଶ୍ଚିମବଙ୍ଗ ନିକଟରେ ଥିବାରୁ ଉତ୍ତର ପଶ୍ଚିମ ଭାଗରେ ଏହାର ଅଧିକ ପ୍ରଭାବ ରହିବ। ଆଗାମୀ ୩ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ୫ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତାକାଲି ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ୩ ଟି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ଅତି ପ୍ରବଳ ବର୍ଷା ସଂଭାବନା ଥିବାରୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ଯୋଗୁ ବୁଢାବଳଂଗ, ସୁବର୍ଣ୍ଣରେଖା, ଜଳକା ନଦୀରେ ବନ୍ୟା ପାଣି ଆସିବା ଆଶଙ୍କା ରହିଛି।