• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ମାର୍ଟଫୋନ୍‌ର ସ୍ୱତନ୍ତ୍ର ସେନସର୍ କହିବ ଶରୀର ପାଇଁ କ୍ଷତିକାରକ ନିଶାଦ୍ରବ୍ୟ । କେହି ବ୍ୟକ୍ତି ମଦ୍ୟପାନ କରିଛନ୍ତି କି ନାହିଁ ତାହା ନିର୍ଣ୍ଣୟ କରିବାର ଏକ ମାଧ୍ୟମ ହୋଇପାରେ ଜିପିଏସ୍ ସିଷ୍ଟମରେ ବ୍ୟବହୃତ ହେଉଥିବା ସ୍ମାର୍ଟଫୋନ୍ ସେନ୍ସର । ସ୍ୱାସ୍ଥ୍ୟ ସେବା ଏବଂ ବାର୍ଦ୍ଧକ୍ୟ ଅନୁସନ୍ଧାନ ପାଇଁ Rutgers ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏପରି ତଥ୍ୟ ପ୍ରକାଶ ପାଇଛି । Journal Drug and Alcohol Dependenceରେ ପ୍ରକାଶିତ ହୋଇଛି ଏହି ତଥ୍ୟ ।

ସ୍ମାର୍ଟଫୋନ ସେନସର ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ନିଶା ଅଭ୍ୟାସ ସମ୍ପର୍କରେ ମୂଲ୍ୟାଙ୍କନ କରାଯାଇଥିଲା, ଯାହା ୯୦ ପ୍ରତିଶତ ଠିକ୍ ବୋଲି ଜଣାପଡ଼ିଛି । କୌଣସି ବି ବ୍ୟକ୍ତିଙ୍କ ଫୋନରେ ସେନ୍ସର ବ୍ୟବହାର କରି ସେ କେତେବେଳେ ନିଶା ଖାଇବା ପାଇଁ ଚାହୁଁଛନ୍ତି, ସେ ସମ୍ପର୍କରେ ମଧ୍ୟ ଜାଣିହେବ । ଏହାସହ କେବେ ଓ କେଉଁଠାରେ ନିଶା ପଦାର୍ଥ ସମ୍ବନ୍ଧିତ ଭୟକୁ କମ୍ କରାଯାଇ ପାରିବ, ସେନେଇ ମଧ୍ୟ ସଂକ୍ଷିପ୍ତ ସୂଚନା ଦେଇପାରିବ ସେନସର । ମଦ୍ୟପାନର ନିଶା ଧୀର ପ୍ରତିକ୍ରିୟା ସହିତ ଜଡିତ । କାମରେ କିମ୍ବା ବିଦ୍ୟାଳୟରେ କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିଥାଏ ଏହି ନିଶା ।

ମଦ୍ୟପାନ କରି ଡ୍ରାଇଭିଂ କଲେ ମୃତ୍ୟୁ ଆଡକୁ ମଧ୍ୟ ଟାଣିନିଏ । ତେବେ ଏପରି ନିଶା ଶରୀର ପାଇଁ କେତେ କ୍ଷତିକାରକ ତାହାର ମଧ୍ୟ ପରୀକ୍ଷା କରାଯାଇଛି । ଯେଉଁମାନେ ସପ୍ତାହରେ ଅତି କମରେ ଦୁଇଥର ନିଶା ସେବନ କରନ୍ତି, ସେହିମାନଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଆଉ ସ୍ମାର୍ଟଫୋନ୍‌ର ସ୍ୱତନ୍ତ୍ର ସେନସର ସାହାଯ୍ୟରେ ସେମାନଙ୍କ ନିଶା ଅଭ୍ୟାସ ସମ୍ପର୍କରେ ଟିକିନିକ୍ ସୂଚନା ମିଳିପାରିଥିଲା ।