• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୧୦ ମିଟର ଏୟାର ରାଇଫଲରେ ଜିତିଲେ ସ୍ୱର୍ଣ୍ଣ ପଦକ

  • ବିଶ୍ୱ ରେକର୍ଡର ସମକକ୍ଷ ହୋଇ ଜିତିଲେ ସ୍ୱର୍ଣ୍ଣ ପଦକ

  • ସେପଟେ ଟୋକିଓ ପାରାଲିମ୍ପିକ୍ସରେ ଯୋଗେଶ କଥୁନିଆଙ୍କୁ ରୌପ୍ୟ ପଦକ

ଅବନୀ ଲେଖରାଙ୍କୁ ଐତିହାସିକ ସ୍ୱର୍ଣ୍ଣ । ଟୋକିଓ ପାରାଲିମ୍ପିକ୍ସରେ ଭାରତର ଅବନୀ ଲେଖରା ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅବନୀ ୨୪୯.୬ ସ୍କୋର କରି ଶୀର୍ଷରେ ରହିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ଭାରତକୁ ସୁଟିଂରେ ସ୍ୱର୍ଣ୍ଣ ପଦକ ମିଳିବା ଏହା ପ୍ରଥମ ।

ଜୟପୁରର ଅବନୀ କ୍ୱାଲିଫିକେସନ୍ ରାଉଣ୍ଡରେ ୨୧ ଜଣ ସୁଟରଙ୍କ ମଧ୍ୟରେ ସପ୍ତମ ସ୍ଥାନ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲେ । ସେ ୬୦ ସିରିଜରେ ୬ଟି ସଟ୍ ପରେ ୬୧୨.୭ ସ୍କୋର କରିଥିଲେ, ଯାହା ଶୀର୍ଷ ଆଠ ସୁଟରଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଯଥେଷ୍ଟ ଥିଲା । ଭାରତୀୟ ସୁଟର ଅବନୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥିରତା ବଜାୟ ରଖିଥିଲେ । କ୍ରମାଗତ ୧୦ ରୁ ଅଧିକର ସ୍କୋର କରି ସଫଳତା ଅର୍ଜନ କରିଛନ୍ତି । ଚୀନର ଝାନ୍ କୁଇପିଙ୍ଗ ଏବଂ ୟୁକ୍ରେନର ଇରିଆନା ସେତନିକ୍ ୬୨୬.୦ ପାରାଲିମ୍ପିକ୍ ଯୋଗ୍ୟତା ରେକର୍ଡ ସହିତ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ।

ସେପଟେ ଟୋକିଓ ପାରାଲିମ୍ପିକ୍ସରେ ଯୋଗେଶ କଥୁରିଆଙ୍କୁ ମିଳିଛି ରୌପ୍ୟ ପଦକ । ପୁରୁଷ ଡିସକସ୍ ଥ୍ରୋରେ ଯୋଗେଶ ରୌପ୍ୟ ପଦକ ଜିତିଛନ୍ତି । ସେ ପୁରୁଷ ଡିସ୍କସ୍ ଥ୍ରୋ ୫୬ ଫାଇନାଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଆଜି ତାଙ୍କର ଷଷ୍ଠ ତଥା ଶେଷ ପ୍ରୟାସରେ (44.38 ମିଟର) ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ହାସଲ କରିଛନ୍ତି ।

ସେପଟେ ରବିବାର ଦିନ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଆଣିଥିଲେ ଭାବିନା ପଟେଲ । ଟେବୁଲ ଟେନିସ୍‌ରେ ଭାବିନାଙ୍କୁ ମିଳିଥିଲା ସିଲଭର  । ଗତକାଲି ଫାଇନାଲରେ ଭାରତୀୟ ଖେଳାଳି ଭାବିନା ପଟେଲ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟିଥିଲେ । ତେବେ ଚୀନର ଖେଳାଳି ଭାବିନାଙ୍କୁ ୩-୦ ସେଟ୍‌ରେ ପରାଜୟ କରିଥିଲେ । ହେଲେ ଭାବିନାଙ୍କ ଉନ୍ନତମାନର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି ।