• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ।

  • ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲଙ୍କୁ ସ୍ୱର୍ଣ୍ଣ ପଦକ ।

  • ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ସ୍ୱର୍ଣ୍ଣ ପଦକ ।

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ଜାଭେଲିନ୍ ଥ୍ରୋରେ ସୁମିତ ଅନ୍ତିଲଙ୍କୁ ସ୍ୱର୍ଣ୍ଣ ପଦକ । ବିଶ୍ୱ ରେକର୍ଡ ସହ ସୁମିତ ଜିତିଲେ ସ୍ୱର୍ଣ୍ଣ ପଦକ । ୬୮.୫୫ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଜିତିଲେ ସ୍ୱର୍ଣ୍ଣ । ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି । ୭ ପଦକ ମଧ୍ୟରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧ ବ୍ରୋଞ୍ଜ ।

ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସରୁ ଭାରତ ପାଇଁ ଏକ ନିରାଶା ଜନକ ଖବର ଆସିଛି । ବ୍ରୋଞ୍ଜ ପଦକ ହରାଇଛନ୍ତି ବିନୋଦ କୁମାର । ଦିବ୍ୟାଙ୍ଗ ବର୍ଗରେ ଅଯୋଗ୍ୟ ଘୋଷଣା ପରେ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି । ଗତକାଲି ଡିସକସ୍ ଥ୍ରୋରେ ବିନୋଦଙ୍କୁ ମିଳିଥିଲା ବ୍ରୋଞ୍ଜ ପଦକ । କିନ୍ତୁ କିଛି ସମୟ ପରେ ଆୟୋଜକ କର୍ତ୍ତୃପକ୍ଷ ଫଳାଫଳକୁ ସ୍ଥଗିତ ରଖିଥିଲେ ।

ସେପଟେ ଜାଭଲିନ୍‌ ଥ୍ରୋରେ ପ୍ରତିଯୋଗୀତାରେ ଭାରତକୁ ପୂର୍ବରୁ ଦୁଇଟି ପଦକ ମିଳିସାରିଛି । ଦେବେନ୍ଦ୍ର ଝାଝାରିଆ ଏବଂ ସୁନ୍ଦର ସିଂ ଗୁର୍ଜର ଜାଭେଲିନ୍ ଥ୍ରୋ (F46 ବର୍ଗ)ରେ ଭଲ ପ୍ରଦର୍ଶନ କରି ଭାରତକୁ ଦୁଇଟି ପଦକ ଉପହାର ଦେଇସାରିଛନ୍ତି । ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଥିବାବେଳେ ସୁନ୍ଦର ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି 

ସେହିପରି ଅବନୀ ଲେଖରା ମଧ୍ୟ ଭାରତକୁ ସ୍ୱର୍ଣ୍ଣ ପଦକ ଉପହାର ଦେଇ ସାରିଛନ୍ତି । ଲେଖରା ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳା ୧୦ ମିଟର ଏୟାର ରାଇଫଲର କ୍ଲାସ୍ SH1ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଅବନୀ ୨୪୯.୬ ସ୍କୋର କରି ଶୀର୍ଷରେ ରହିଥିଲେ । ପାରାଲିମ୍ପିକ୍ସ ଇତିହାସରେ ଭାରତକୁ ସୁଟିଂରେ ସ୍ୱର୍ଣ୍ଣ ପଦକ ମିଳିବା ଏହା ପ୍ରଥମ ଥିଲା ।

ଜୟପୁରର ଅବନୀ କ୍ୱାଲିଫିକେସନ୍ ରାଉଣ୍ଡରେ ୨୧ ଜଣ ସୁଟରଙ୍କ ମଧ୍ୟରେ ସପ୍ତମ ସ୍ଥାନ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲେ । ସେ ୬୦ ସିରିଜରେ ୬ଟି ସଟ୍ ପରେ ୬୧୨.୭ ସ୍କୋର କରିଥିଲେ, ଯାହା ଶୀର୍ଷ ଆଠ ସୁଟରଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଯଥେଷ୍ଟ ଥିଲା । ଭାରତୀୟ ସୁଟର ଅବନୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥିରତା ବଜାୟ ରଖିଥିଲେ । କ୍ରମାଗତ ୧୦ ରୁ ଅଧିକର ସ୍କୋର କରି ସଫଳତା ଅର୍ଜନ କରିଛନ୍ତି । ଚୀନର ଝାନ୍ କୁଇପିଙ୍ଗ ଏବଂ ୟୁକ୍ରେନର ଇରିଆନା ସେତନିକ୍ ୬୨୬.୦ ପାରାଲିମ୍ପିକ୍ ଯୋଗ୍ୟତା ରେକର୍ଡ ସହିତ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ।