• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଲିଉଡ୍ ଷ୍ଟାର ଶାହରୁଖ ଖାନ୍‌ଙ୍କ ମାଲିକାନାରେ ଥିବା କୋଲକତା ନାଇଟ୍‌ ରାଇଡର୍ସ ଆଇପିଏଲ୍‌ର ୧୪ତମ ସଂସ୍କରଣର ଫାଇନାଲରେ ନିଜ ସ୍ଥାନ ଅକ୍ତିଆର କରିନେଇଛି । କୋଲକତା ବିପକ୍ଷରେ ରହିଛି ତିନି ଥରର ଚାମ୍ପିଅନ୍‌ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ । ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକତା ନାଇଟ୍‌ ରାଇଡର୍ସ ମଧ୍ୟରେ ଫାଇନାଲ ମୁକାବିଲା ହେବ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ଅର୍ଥାତ ୧୫ ଅକ୍ଟୋବରରେ ଫାଇନାଲ ମ୍ୟାଚ୍‌ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ଶାହରୁଖ ଖାନ୍‌ଙ୍କ ଏକ ପରୁଣା ଟ୍ୱିଟ୍‌ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

କୋଲକତା ଟିମ୍‌ ଆରମ୍ଭରୁ ୭ଟି ମ୍ୟାଚ୍‌ ମଧ୍ୟରୁ ୫ଟିରେ ପରାଜୟ ହେବା ସହ ଆଇପିଏଲ୍‌ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ରହିଥିଲା । କିନ୍ତୁ ୟୁଏଇରେ ଖେଳ ଆରମ୍ଭ ହେବା ପରେ କୋଲକତା ଜବରଦସ୍ତ କମ୍‌ବ୍ୟାକ୍‌ କରିଥିଲା । ଆୟନ ମାର୍ଗନଙ୍କ ଅଧିନାୟକତ୍ୱରେ ଚାଲିଥିବା ଏହି ଟିମ୍‌ ଭଲ ପ୍ରଦର୍ଶନ କରିଥିଲା । ଖାଲି ସେତିକି ନୁହେଁ ଦଳ ପ୍ଲେ-ଅଫ୍‌ରେ ମଧ୍ୟ ନିଜ ସ୍ଥାନ ସୁରକ୍ଷିତ କରିଥିଲା । କେକେଆର୍‌ ଏହା ପରେ ଏଲିମିନେଟର ଓ କ୍ୱାଲିଫାୟର ୨ରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ୨୦୧୪ ପରେ ପୁଣି ଫାଇନାଲରେ ପ୍ରବେଶ କରିଛି ।

Saharukh Khan TweetSaharukh Khan Tweet

ଶାହରୁଖ ଖାନ୍‌ଙ୍କ ପୁରୁଣା ଟ୍ୱିଟ୍‌ ଭାଇରାଲ ହେଉଛି

ଫାଇନାଲ ମ୍ୟାଚ୍‌ ପୂର୍ବରୁ ଫ୍ୟାନ୍ସମାନେ ଶାହରୁଖ ଖାନ୍‌ଙ୍କ ଏକ ପୁରୁଣା ଟ୍ୱିଟ୍‌ ଭାଇରାଲ କରିଛନ୍ତି । ଯେଉଁଥିରେ ସେ ଆଇପିଏଲ୍‌ କପ୍‌ରେ କଫି ପିଇବା କଥା ଲେଖିଥିଲେ । ଏହି ଟ୍ୱିଟ୍‌ ଚଳିବ ବର୍ଷ ମାର୍ଚ୍ଚ ୩୧ରେ କରାଯାଇଥିଲା । ବଲିଉଡ୍‌ ଷ୍ଟାର ସେତେବେଳେ ଟ୍ୱିଟରରେ ଏକ ପ୍ରଶ୍ନ ଉତ୍ତର ସେଶନ ଆୟୋଜନ କରିଥିଲେ । ଏହି ସମୟରେ ଜଣେ ଫ୍ୟାନ ଶାହରୁଖ ଖାନ୍‌ଙ୍କୁ ପଚାରିଥିଲେ ଯେ, କଣ କେକେଆର୍‌ ଏଥର ଆଇପିଏଲ୍‌ କପ୍‌ ଜିତି ପାରିବ ? ଏହାର ଉତ୍ତରରେ ଶାହରୁଖ ମଜାକ୍‌ କରିବା ଛଳରେ ଲେଖିଥିଲେ ଯେ, ‘ମୋ ବିଶ୍ୱାସ ରହିଛି, ଏଥର ମୁଁ ସେହି କପ୍‌ରେ କଫି ପିଇବାକୁ ଚାହୁଛି ।’