• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତିରୁପତି ତିରୁମାଳା ମନ୍ଦିରରେ ଅଲିମ୍ପିକ୍ ମେଡାଲ ବିଜେତା ପିଭି ସିନ୍ଧୁ । 

  • ନିଜ ବାପା ମା ଓ ପରିବାରର ଅନ୍ୟ ସଦସ୍ୟଙ୍କ ପହଞ୍ଚିଲେ ।

ତିରୁପତି ତିରୁମାଳା ମନ୍ଦିର ଦର୍ଶନ କଲେ ଅଲିମ୍ପିକ୍ ମେଡାଲ ବିଜେତା ପିଭି ସିନ୍ଧୁ ।  ଆଜି ସକାଳେ  ନିଜ ବାପା ମା ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ତିରୁମାଳା ମନ୍ଦିରକୁ ଯାଇ ଭଗବାନ ଭେଙ୍କଟେଶ୍ୱରଙ୍କ ଆର୍ଶୀବାଦ ଲୋଡିଛନ୍ତି ଏହି ଷ୍ଟାର ସଟଲର୍ ।

ଅଲିମ୍ପିକ୍ସ ପଦକ ଜିତିବା ପରେ ସେ ଭଗବାନଙ୍କ ଦର୍ଶନ ପାଇଁ ଆସିଥିବା କହିଛନ୍ତି ସିନ୍ଧୁ । ପ୍ରତିବର୍ଷ ସେ ମନ୍ଦିରକୁ ଆସି ଭଗବାନ ଭେଙ୍କଟଶ୍ୱରଙ୍କ ଦର୍ଶନ କରିଥାନ୍ତି ବୋଲି କହିଛନ୍ତି । ସେ ଖୁବ ଶୀଘ୍ର ବିଶାଖାପାଟଣାରେ ଏକ ବ୍ୟାଡମିଣ୍ଟନ ଏକାଡେମୀ ଆରମ୍ଭ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

କ୍ରୀଡାର ପ୍ରୋତ୍ସାହନ ସହ ଯୁବ ଖେଳାଳିଙ୍କୁ ଭଲ କୋଚିଂ ଦେବା ଲକ୍ଷ୍ୟରେ ଏହି ଏକାଡେମୀ କାମ କରିବ । ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଇଭେଣ୍ଟରେ ସେ ଚାଇନା ପ୍ରତିଯୋଗୀକୁୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହାପୂର୍ବରୁ ସେ ଗତ ରିଓ ଅଲିମ୍ପିକ୍ସରେ ସିଲଭର ମେଡାଲ୍ ଜିତିଥିଲେ ।

ସୂଚନାଯୋଗ୍ୟ, ଲଗାତର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାରତକୁ ପଦକ ଦେଇଛନ୍ତି ବ୍ୟାଡ଼ମିଟନ୍ ଷ୍ଟାର୍ ପି.ଭି. ସିନ୍ଧୁ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଥିବା ସିନ୍ଧୁ ଟୋକିଓରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେପଟେ ସିନ୍ଧୁଙ୍କ ଏହି ଐତିହାସିକ ସଫଳତା ପରେ ସାରା ଦେଶ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛି । ପ୍ରଥମ ଭାରତୀୟ ମହିଳାଭାବେ ଅଲିମ୍ପିକ୍ସରେ ଦୁଇଟି ପଦକ ହାସଲ କରିବା ପରେ ସିନ୍ଧୁଙ୍କୁ ଅଜସ୍ର ଶୁଭେଚ୍ଛାର ସୁଅ ଛୁଟିଛି ।

୨୦୧୬ ରିଓ ଅଲିମ୍ପିକ୍ସରେ ନିଜର ପ୍ରଥମ ପଦାର୍ପଣରେ ସିନ୍ଧୁ ଭାରତ ପାଇଁ ବ୍ୟାଡ୍‌ମିଣ୍ଟନରେ ରୌପ୍ୟ ପଦକ ଜିତିଥିଲେ । ଆଉ ତା ପରଠାରୁ ପଛକୁ ଚାହିଁ ନାହାନ୍ତି ଏହି ହ୍ରାଇଦ୍ରାବାଦର ଷ୍ଟାର୍ ଖେଳାଳି । ଟୋକିଓ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲକ୍ଷ୍ୟ ରଖିଥିଲେ । ଏଥିପାଇଁ ପୁରା ଦମରେ ନିଜକୁ ପ୍ରସ୍ତୁତ କରିଥିଲେ । ଏପରିକି କରୋନା କଟକଣା ବେଳେ ପ୍ରସ୍ତୁତିରେ ବାଧାସୃଷ୍ଟି ହେବାରୁ, ସେ ବିଦେଶରେ କିଛିଦିନ ଟ୍ରେନିଂ ନେଉଥିଲେ । ଅଲିମ୍ପିକ୍ସ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ରେ ଅଭାବ ଥିବାରୁ ସିନ୍ଧୁଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ଥିଲା । କିନ୍ତୁ ସବୁ ଚ୍ୟାଲେଞ୍ଜ ସତ୍ତ୍ୱେ ଟୋକିଓ ଟକ୍କର ପାଇଁ ଓହ୍ଲାଇଥିଲେ ପି.ଭି. ସିନ୍ଧୁ । ଫର୍ମରେ ଥିବା ସିନ୍ଧୁ ପ୍ରଥମ ମ୍ୟାଚରୁ ପ୍ରଭାବ ବିସ୍ତାର କରିଚାଲିଥିଲେ ।

ଗୋଟିକ ପରେ ଗୋଟିଏ ମ୍ୟାଚ୍‌ରେ ଜିତିବା ପରେ, ସେମିଫାଇନାଲରେ ଚାଇନିଜ୍ ତାଇପେଇ ଖେଳାଳି ତାଇ ଜୁଙ୍କୁ ଭେଟିଥିଲେ ସିନ୍ଧୁ । ଏଥିରେ ପ୍ରଥମ ସେଟରେ ହାରିବା ପରେ ଦ୍ୱିତୀୟ ସେଟରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଶ୍ୱର ନମ୍ବର ୱାନ୍‌ ଖେଳାଳି ତାଇ ଜୁଙ୍କ ଫର୍ମ ଆଗରେ ସିନ୍ଧୁ ହାରି ଯାଇଥିଲେ । ଏହାପରେ ପରବର୍ତ୍ତୀ ମ୍ୟାଚ୍‌ରେ ଚୀନର ବିଙ୍ଗ ଜିଆଓଙ୍କୁ ସିଧାସଳଖ ୨୧-୧୩ ଓ ୨୧-୧୫ ସେଟରେ ହରାଇ ଭାରତକୁ ଐତିହାସିକ ବିଜୟ ଦେଇଛନ୍ତି ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।