• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଭାରତୀୟ ଅଲମ୍ପିଆନ୍‌ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ ।
     

  • ଭିଡିଓ କନଫରେନ୍ସିଂରେ କଥାବାର୍ତ୍ତା ।

     

  • ଖେଳାଳିଙ୍କ ପ୍ରସ୍ତୁତି ନେଇ ପଚାରି ବୁଝିଲେ ।

ନୂଆଦିଲ୍ଲୀ: ଟୋକିଓ ଯିବାକୁ ଥିବା ଭାରତୀୟ ଖେଳାଳିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଖେଳାଳିଙ୍କୁ ଶୁଭାଶିଷ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସିରେ ଖେଳାଳିଙ୍କ ସହ ଉପସ୍ଥିତ ପରିଜନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ।

ଏହାସହ ଖେଳାଳିଙ୍କୁ ସେମାନଙ୍କ ପ୍ରସ୍ତୁତି ସଂପର୍କରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ । ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କ ସମସ୍ୟା ଓ ପ୍ରସ୍ତୁତି ସଂପର୍କରେ ପଚାରିଲେ । ଖେଳାଳିଙ୍କୁ ଦେଶର ଗୌରବ ବଢ଼ାଇବାକୁ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଖାଲି ସେତିକି ନୁହେଁ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ସହ ମଧ୍ୟ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଦୂତିଙ୍କ ପ୍ରସ୍ତୁତି ନେଇ ପଚାରିଲେ । କହିଲେ ଦୂତି ଅର୍ଥ ଚମକ, ଟୋକିଓରେ ଚମକ ଅପେକ୍ଷାରେ ଭାରତ ବୋଲି ଦୂତିଙ୍କୁ କହିଲେ ମୋଦି । ସକଳ ସଂଘର୍ଷ ସତ୍ତ୍ୱେ ନିଜର ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀଙ୍କୁ କହିଲେ ଦୂତି । ଦୂତିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ମୋଦି ।

ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇସାରିଛନ୍ତି ଓଡ଼ିଶା ଦୌଡ଼ରାଣୀ ଦୂତୀ ଚାନ୍ଦ । ଟୋକିଓ ଅଲିମ୍ପିକ୍ସରେ ୨୦୦ ମିଟର ଓ ୧୦୦ ମିଟର ରେସ୍‌ରେ ଭାଗ ନେବାକୁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ୱାର୍ଲଡ ରାଙ୍କିଙ୍ଗ ଆଧାରରେ ତାଙ୍କୁ ଚୟନ କରାଯାଇଛି । 

ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ OTVକୁ ପ୍ରତିକ୍ରିୟା ଦେଇ ଦୂତୀ କହିଥିଲେ ଯେ, ତାଙ୍କର ରାଙ୍କ୍‌ ପ୍ରକାଶ ପାଇଛି । ‘୧୦୦ ମିଟରରେ ୪୦ ଓ ୨୦୦ ମିଟରରେ ୫୦ ରାଙ୍କ୍‌ ଅଛି । ଟୋକିଓ ଅଲିମ୍ପିକ ପାଇଁ ୪ ମାସ ହେଲା ଅଭ୍ୟାସ ଜାରି ରଖିଛି । ବିଗତ ୨ ବର୍ଷ ହେଲା ମୁଁ ଭଲ ପ୍ରଦର୍ଶନ କରି ଆସିଛି । ନିଶ୍ଚିତ ଭାବରେ ଭଲ ହେବ ବୋଲି ଆଶା କରୁଛି ।’

ଅନ୍ୟପକ୍ଷେ, ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦୌଡରେ ଅଲମ୍ପିଆନ୍ ଦୂତି ଚାନ୍ଦ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରାଯାଇଛି । ନିକଟରେ ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କରିଥିଲେ ଦୂତୀ ଚାନ୍ଦ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରି’ରେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ଦୂତୀ । ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ସେ ପୁଣି ଏକ ନୂଆ ରେକର୍ଡ କରିଛନ୍ତି । ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା ।

ଅନ୍ୟପଟେ ଗତ ୯ ତାରିଖରେ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ଯିବା ଆସିବା, ରହିବା ସହ ଟିକାକରଣ ବ୍ୟବସ୍ଥା ପ୍ରସ୍ତୁତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ । ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଟୋକିଓରେ ହେବ ଅଲିମ୍ପିକ୍ସ । ୧୮ଟି ଇଭେଣ୍ଟରେ ୧୨୬ ଜଣ ଭାରତୀୟ ଖେଳାଳି ଭାଗ ନେବାକୁ ଯୋଗ୍ୟତା ହାସଲ କରିଛନ୍ତି ।