• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ ହୋଇଛି । ସୟଦ ମୁସ୍ତାକ ଅଲ୍ଲୀ ଟି- ଟ୍ବେଣ୍ଟି କ୍ରିକେଟରେ ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ କରିଛି । ଲକ୍ଷ୍ନୌରେ ଅନୁଷ୍ଠିତ ମ୍ୟାଚରେ ଗୋଆକୁ ୪ ଓ୍ବିକେଟରେ ହରାଇଛି ଓଡ଼ିଶା । ଓଡିଶା ଦଳ ପକ୍ଷରୁ ଅଂଶୁମାନ ରଥ ୨୯ ରନ୍, ଗୋବିନ୍ଦ ପୋଦ୍ଦାରଙ୍କ ୧୯ ବଲ୍‌ରେ ୨୪ ରନ୍ କରିଛନ୍ତି । ବୋଲିଂରେ ଜୟନ୍ତ ବେହେରା ଓ ବିକାଶ ରାଉତଙ୍କ ୩ଟି ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି । ତେବେ ବହୁଦିନ ପରେ ଓଡିଶା କ୍ରିକେଟ ଦଳର ପ୍ରଦର୍ଶନ ବେଶ ଭଲ ରହିଛି ।

ଓଡିଶା କ୍ରିକେଟ ଦଳର ମୁଖ୍ୟ କୋଚ୍ ୱାସିମ୍ ଜାଫରଙ୍କ ପ୍ରଶିକ୍ଷଣରେ ଟିମ୍ ଭଲ ପ୍ରଦର୍ଶନ କରିଥିବାର ଶୁଣିବାକୁ ମିଳିଛି । ସୟଦ ମୁସ୍ତାକ ଅଲ୍ଲୀ ଟି- ଟ୍ବେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ନଭେମ୍ବର ୪ ରୁ ୯ ପର୍ଜ୍ୟନ୍ତ ଲକ୍ଷ୍ନୌରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ଟିମ୍‌ରେ ପୂର୍ବତନ ହଂକଂର କ୍ୟାପଟେନ୍ ଅଶୁଂମାନ ରଥ ମଧ୍ୟ ସାମିଲ ରହିଛନ୍ତି । ଆଗାମୀ ଦିନରେ ଓଡିଶା ଟିମ୍ ତାମିଲନାଡୁ, ମହାରାଷ୍ଟ୍ର, ପଞ୍ଜାବ ଓ ପୁଡୁଚେରୀ ବିପକ୍ଷରେ ମ୍ୟାଚ ଖେଳିବ । ତେବେ ବିପ୍ଲବ ସାମନ୍ତରାୟଙ୍କୁ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ରାମ ଦିଆଯାଇଛି ।